ଜ୍ୟାକିଙ୍କୁ ଓସ୍କାର

jackiechan

ମୁମ୍ବାଇ: ଶେଷରେ ଚୀନର ଜଣାଶୁଣା ଅଭିନେତା ଜ୍ୟାକି ଚାନ୍‌ଙ୍କୁ ମିଳିଛି ଓସ୍କାର ଆୱାର୍ଡ। ଚୀନ୍‌ ସିନେମା ଇଣ୍ଡଷ୍ଟ୍ରିରେ ଦୀର୍ଘ ୫୬ବର୍ଷର ଯୋଗଦାନ ପାଇଁ ତାଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି। ୫୬ ବର୍ଷର ଜୀବନରେ ଜ୍ୟାକି ୨୦୦ରୁ ଅଧିକ ସିନେମାରେ କାମ କରିଛନ୍ତି।

ଏହି ପୁରସ୍କାର ସମାରୋହରେ ଜ୍ୟାକି ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ହାତରେ ଓସ୍କାର ପୁରସ୍କାର ଦେଖିବାକୁ ତାଙ୍କ ବାପାଙ୍କର ବହୁତ ଇଚ୍ଛା ଥିଲା ବୋଲି କହିଥିଲେ।

ସେ କହିଥିଲେ,“୨୩ ବର୍ଷ ପୂର୍ବେ ମୁଁ ହଲିଉଡ ଅଭିନେତା ସିଲବଷ୍ଟର ଷ୍ଟ୍ୟାଲନ୍‌ଙ୍କ ଘରେ ଓସ୍କାର ମେଡାଲ ଦେଖିଥିଲେ। ଏହାକୁ ମୁଁ ଧରିବା ସହ ଚୁମା ଦେଇଥିଲି। ଏପରି ମେଡାଲ ମୋର ବି ଦରକାର ବୋଲି ସେତେବେଳେ ମୁଁ ଚିନ୍ତା କରିଥିଲି, ଯାହା ଆଜି ସତରେ ପରିଣତ ହୋଇଛି।”

ବ୍ରୁସ୍‌ ଲି’ଙ୍କ ଫିଲ୍ମରେ ଜ୍ୟାକି ଷ୍ଟଣ୍ଟ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୬୨ ବର୍ଷୀୟ ଜ୍ୟାକି ନିଜ ଫିଲ୍ମରେ ଷ୍ଟଣ୍ଟ ନିଜେ ହିଁ ଦେଇଥାନ୍ତି।

Previous ArticleNext Article

Send this to a friend