ଶ୍ରୀଦେବୀ ଶେଷଥର ପାଇଁ ପଚାରିଥିଲେ,‘କାହିଁକି ରାଗିଛ?’

ମୁମ୍ବାଇ: ନିଜ ଆଗାମୀ ଫିଲ୍ମ ‘ବିଶ୍ୱରୂପମ୍‌ ୨’ର ପ୍ରମୋସନ୍‌ ପାଇଁ ନିକଟରେ ମୁମ୍ବାଇ ଆସିଥିଲେ ଅଭିନେତା କମଲ୍‌ ହାସନ୍‌। ଏହି ଅବସରରେ ତାଙ୍କୁ ସ୍ୱର୍ଗତ ଶ୍ରୀଦେବୀଙ୍କ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା। ଶ୍ରୀଦେବୀଙ୍କ କଥା ଶୁଣି ସେ ଭାବବିହ୍ଵଳ ହୋଇଯାଇଥିଲେ। ସେ ଶ୍ରୀଦେବୀଙ୍କ ବିଷୟରେ ଅନେକ କଥା କହିଥିଲେ ଓ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ଏପରିକି ଶ୍ରୀଦେବୀଙ୍କ ସହ ଶେଷଥର ପାଇଁ ଫୋନ୍‌ରେ ସେ କ’ଣ କଥା ହୋଇଥିଲେ ତାହା ମଧ୍ୟ କହିଥିଲେ। ସେ […]

sridevi

sridevi

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 03:20 PM IST

Sports

Latest News

ମୁମ୍ବାଇ: ନିଜ ଆଗାମୀ ଫିଲ୍ମ ‘ବିଶ୍ୱରୂପମ୍‌ ୨’ର ପ୍ରମୋସନ୍‌ ପାଇଁ ନିକଟରେ ମୁମ୍ବାଇ ଆସିଥିଲେ ଅଭିନେତା କମଲ୍‌ ହାସନ୍‌। ଏହି ଅବସରରେ ତାଙ୍କୁ ସ୍ୱର୍ଗତ ଶ୍ରୀଦେବୀଙ୍କ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା। ଶ୍ରୀଦେବୀଙ୍କ କଥା ଶୁଣି ସେ ଭାବବିହ୍ଵଳ ହୋଇଯାଇଥିଲେ। ସେ ଶ୍ରୀଦେବୀଙ୍କ ବିଷୟରେ ଅନେକ କଥା କହିଥିଲେ ଓ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ଏପରିକି ଶ୍ରୀଦେବୀଙ୍କ ସହ ଶେଷଥର ପାଇଁ ଫୋନ୍‌ରେ ସେ କ’ଣ କଥା ହୋଇଥିଲେ ତାହା ମଧ୍ୟ କହିଥିଲେ।

ସେ କହିଥିଲେ,“ ଆଶ୍ଚର୍ଯ୍ୟର କଥା ଶେଷ ଥର ଯେତେବେଳେ ଆମେ କଥା ହୋଇଥିଲୁ ସେତେବେଳେ ସେ ମୋତେ ରାଜନୀତି ବିଷୟରେ କିଛି କଥା ପଚାରିଥିଲେ। ତାମିଲନାଡୁର ରାଜନୈତିକ ସ୍ଥିତି ବିଷୟରେ ପଚାରି ବୁଝିଥିଲେ।

ଆଉ ପଚାରିଥିଲେ, ଆପଣ କ’ଣ କରୁଛନ୍ତି?  ଆପଣ ଏମିତି କାହିଁକି ଦେଖନ୍ତି? ଆପଣ କାହିଁକି ରାଗୁଛନ୍ତି? ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ପୂର୍ବରୁ କେବେ ସେ ଏମିତି ପଚାରି ନଥିଲେ।”

ଶ୍ରୀଦେବୀଙ୍କ ବିଷୟରେ ଆହୁରି ମନେ ପକାଇ କମଲ କହିଥିଲେ,“ମୁଁ ଆଉ ଶ୍ରୀଦେବୀ ଶିଶୁ କଳାକାର ଥିଲୁ। ସେତେବେଳୁ ପରସ୍ପରକୁ ଜାଣିଥିଲୁ। କିନ୍ତୁ ଆମର ସାକ୍ଷତ ହୋଇ ନଥିଲା। ଯେତେବେଳେ ତାଙ୍କ ସହ ସାକ୍ଷାତ ହେଲା ସେତେବେଳେ ମୁଁ ୧୯ ବର୍ଷର ଥିଲି। ଆଉ ସେ ୧୬ ବର୍ଷର ଥିଲେ।  ଗୁରୁ ବାଲଚନ୍ଦର ଆମକୁ ଅଭିନୟ ଶିଖାଉଥିଲେ। ମୁଁ ସେ ସମୟରେ ସେହି କ୍ଲାସ୍‌ର ଲିଡର୍‌ ଭାବେ କାମ କରୁଥିଲି। ସେ ସମୟରେ ଜୁନିଅରମାନଙ୍କୁ ଗାଇଡ୍‌ କରିବାର କାମ ମୋତେ ଦିଆଯାଇଥିଲା।  ଶ୍ରୀଦେବୀଙ୍କୁ ମଧ୍ୟ ଗାଇଡ୍‌ କରୁଥିଲି। ଆମେ ସେଠି ହିରୋ ହିରୋଇନ୍‌ ପରି ନୁହେଁ,  କ୍ଲାସ୍‌ମେଟ୍‌ ପରି ରହୁଥିଲୁ।  ସେ ମୋତେ ସାର୍‌ ଡାକୁଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶେଷ ସମୟ ପର୍ଯ୍ୟନ୍ତ ବି  ସେ ମୋତେ ସାର୍‌ ଡାକୁଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos