ତୃତୀୟ ଥର ପାଇଁ ବାହା ହେଲେ କରିସ୍ମାଙ୍କ ଏକ୍ସ ସ୍ୱାମୀ

sanjay

ମୁମ୍ବାଇ: କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଯେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ଏକ୍ସ ସ୍ୱାମୀ ସଞ୍ଜୟ କପୁର ପୁଣି ଥରେ ବିବାହ କରିବେ। ତେବେ ଇତିମଧ୍ୟରେ ସେ ବାହା ହୋଇଯାଇଛନ୍ତି। ଗତ ୧୩ ତାରିଖରେ ଦିଲ୍ଲୀରେ ସେ ମଡେଲ୍ ପ୍ରିୟା ସଚଦେବଙ୍କୁ ବିବାହ କରିଛନ୍ତି। ଖୁବଶୀଘ୍ର ପରିବାରର ଘନିଷ୍ଠ ବନ୍ଧୁଙ୍କୁ ସେ ନ୍ୟୁୟର୍କରେ ଭୋଜି ଦେବେ।

ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ଯେ ସଞ୍ଜୟ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ କରିସ୍ମାଙ୍କୁ ବିବାହ କରିଥିଲେ।  ଗତବର୍ଷ କରିସ୍ମା ଓ ସଞ୍ଜୟ ଅଲଗା ହୋଇଥିଲେ।

କୁହାଯାଉଛି ୫ ବର୍ଷ ହେଲା ସଞ୍ଜୟ ଓ ପ୍ରିୟାଙ୍କ ମଧ୍ୟରେ ଆଫାୟାର ଥିଲା। ଏହା ସଞ୍ଜୟଙ୍କର ତୃତୀୟ ବିବାହ ହୋଇଥିବା ବେଳେ ପ୍ରିୟାଙ୍କର ଦ୍ୱିତୀୟ ବିବାହ।

Previous ArticleNext Article

Send this to a friend