ସନ୍ନି ଲିଓନି କେମିତି ହେଲେ ପର୍ଣ୍ଣ ଷ୍ଟାର, ଖୁବ୍‌ ଶୀଘ୍ର ଖୋଲିବ ଗୁମର

ନୂଆଦିଲ୍ଲୀ: ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହେବ ବାୟୋପିକ୍‌ । ଏଥିରେ ସନ୍ନି କାନାଡାରୁ ଚାଲି ଆସି କିପରି ଜଣେ ପର୍ଣ୍ଣ ଷ୍ଟାର ହେଲେ, କାହିଁକି ତାଙ୍କ ନା କରନଜିତ୍‌ରୁ ସନ୍ନି ହେଲା ସେ ସମସ୍ତ ବିଷୟରେ ରହିବ ତଥ୍ୟ। ଜଣେ ପର୍ଣ୍ଣ ଷ୍ଟାର ହେବା ପୂର୍ବର ତାଙ୍କ ଜୀବନ କେମିତି ଥିଲା, ଏ ସମସ୍ତ ରହସ୍ୟ ଉପରୁ ପରଦା ଉଠିବ। ଖୋଦ୍‌ ସନ୍ନି ଟୁଇଟ୍‌ କରି […]

porn star

porn star

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 09:46 PM IST

Sports

Latest News

ନୂଆଦିଲ୍ଲୀ: ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହେବ ବାୟୋପିକ୍‌ । ଏଥିରେ ସନ୍ନି କାନାଡାରୁ ଚାଲି ଆସି କିପରି ଜଣେ ପର୍ଣ୍ଣ ଷ୍ଟାର ହେଲେ, କାହିଁକି ତାଙ୍କ ନା କରନଜିତ୍‌ରୁ ସନ୍ନି ହେଲା ସେ ସମସ୍ତ ବିଷୟରେ ରହିବ ତଥ୍ୟ। ଜଣେ ପର୍ଣ୍ଣ ଷ୍ଟାର ହେବା ପୂର୍ବର ତାଙ୍କ ଜୀବନ କେମିତି ଥିଲା, ଏ ସମସ୍ତ ରହସ୍ୟ ଉପରୁ ପରଦା ଉଠିବ।

ଖୋଦ୍‌ ସନ୍ନି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ଅନେକ ଜଟିଳ ପ୍ରଶ୍ନର ଉତ୍ତର ସେ ଏହି ବାୟୋପିକ୍‌ ମାଧ୍ୟମରେ ଦେବେ ବୋଲି ଲେଖିଛନ୍ତି। ତାଙ୍କ ବାୟୋପିକ୍‌ରେ ସନ୍ନି କେଉଁ ସବୁ ଗୋପନ କଥା କହିବେ ତାହା ଫିଲ୍ମ ଆସିଲେ ହିଁ ଜଣା ପଡ଼ିବ।

ସନ୍ନିଙ୍କ ପ୍ରଥମ ଯୌନ ସମ୍ପର୍କ

ଡକ୍ୟୁମେଣ୍ଟ୍ରି ‘ମୋଷ୍ଟଲି ସନ୍ନି’ ରେ ସନି କହିଛନ୍ତି କି ସେ ମାତ୍ର ୧୩ ବର୍ଷ ବୟସରୁ ବାଇସେକ୍ସୁଆଲ୍‌ ଥିଲେ। ଏକ ସାକ୍ଷାତ୍‌କାରରେ ୧୬ ବର୍ଷ ବୟସରେ କିପରି କୁମାରୀତ୍ୱ ହରାଇଥିଲେ ସେ ସମ୍ପର୍କରେ କହିଛନ୍ତି। ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ସମବୟସ୍କ ଜଣେ ବନ୍ଧୁଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାଙ୍କ ସହ ତାଙ୍କ ଶାରୀରିକ ସମ୍ପର୍କ ରହିଥିଲା ଓ ସେ କୁମାରୀତ୍ୱ ହରାଇଥିଲା। ସେ ନିଜ ଇଚ୍ଛାରେ ଏପରି କରିଥିବା ସ୍ୱୀକାର କରିଛନ୍ତି। ଏଥିପାଇଁ ତାଙ୍କ ମନରେ କୌଣସି ପଶ୍ଚାତାପ ନାହିଁ ବରଂ ପରିବାର ସହ ଖୁସୀରେ ଜିଉଁଛନ୍ତି ବୋଲି କହିଛନ୍ତି।

ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ ପ୍ରବେଶ

ମାତ୍ର ୧୯ ବର୍ଷ ବୟସରେ ସନ୍ନି ନିଜ ଇଚ୍ଛାରେ ପର୍ଣ୍ଣ ଦୁନିଆରେ ପ୍ରବେଶ କରନ୍ତି। ଏଥିପାଇଁ ସେ ପ୍ରଥମେ ଲେସ୍‌ବିୟାନ୍ ଟେଷ୍ଟ ଦେଇଥିଲେ। ତଙ୍କର ଏହି ନିଷ୍ପତ୍ତି ବିଷୟରେ ସେ ତାଙ୍କ ବାପାମା’ଙ୍କୁ ଜଣାଇବାରୁ ସେମାନେ ଖୁବ ମନ ଦୁଃଖ କଲେ। ବାପା ମା’ଙ୍କ ବିନା ଅନୁମତିରେ ସନି ପର୍ଣ୍ଣ ଦୁନିଆରେ ପ୍ରବେଶ କରିଥିଲେ। ଏହା ତାଙ୍କ ପାଇଁ ଏକ ବ୍ୟବସାୟ ଥିଲା। ଏଥିପାଇଁ ‘ପେଣ୍ଟ ହାଉସ’(ଆଡଲ୍ଟ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ମାଗାଜିନ୍‌) କଭର ଅଫ ଦି ଇୟର ପୁରଷ୍କାର ସେ ଜିତିଥିଲେ। ମିଳିଥିଲା ୬୮ ଲକ୍ଷ ଟଙ୍କା । 

ପର୍ଣ୍ଣ ଦୁନିଆକୁ ଆସିବା ପୂର୍ବରୁ କଣ କରୁଥିଲେ ସନ୍ନି ?

ସନ୍ନି ପ୍ରଥମେ ଜର୍ମାନ ବେକେରୀ ଓ ଟେକ୍ସ ରିଟାୟାରମେଣ୍ଟ ଫାର୍ମରେ କାମ କରୁଥିଲେ। ଜଣେ ମଡେଲ ଭାବେ ସେ ତାଙ୍କ କ୍ୟାରିୟର ଆରମ୍ଭ କିରିଥିଲେ। ୨୦୦୩ରେ ଭିଭିଡ୍ ଏଣ୍ଟରଟେନ୍‌ମେଣ୍ଟ ସହିତ ୩ ବର୍ଷର କଣ୍ଟ୍ରାକ୍ଟ କରି ହାର୍ଡକୋର ପର୍ଣ୍ଣୋଗ୍ରାଫିରେ ପ୍ରବେଶ କଲେ।

ଏହାପରେ ସେ ଅନେକ ପର୍ଣ୍ଣ ଫିଲ୍ମରେ କାମ କଲେ। ସେ ପାଖାପାଖି ୪୧ଟି ଏଡଲ୍ଟ ଫିଲ୍ମରେ ଅଭିନୟ କରିବା ସହିତ ୨୫ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ବଲିଉଡ୍‌ରେ ପ୍ରବେଶ

୨୦୦୫ରେ ଡାଇରେକ୍ଟର ମୋହିତ୍ ପୁରୀ ‘କଲ୍‌ୟୁଗ’ ପିଲ୍ମରେ ସନିଙ୍କୁ ନେବା ପାଇଁ ଚାହୁଁଥିଲେ। କିନ୍ତୁ ସନି ୪.୭ କୋଟି ଟଙ୍କା ଡିମାଣ୍ଡ କରିବାରୁ ସେ ଏହି ଫିଲ୍ମରେ ଅଭିନୟ କରିପାରି ନ ଥିଲେ। ଏହାପରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସନ୍ନି ୨୦୧୨ରେ ଜିସ୍ମ-୨ ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କଲେ। ଏହାପରେ ବଲିଉଡ୍‌ରେ ସନ୍ନିଙ୍କ ଗାଡି ଗଡ଼ି ଚାଲିଲା। ସେ ଫିଲ୍ମ ପରେ ଫିଲ୍ମ କରିବାକୁ ଲାଗିଲେ।

ସନ୍ନିଙ୍କ ପ୍ରେମ ଜୀବନ, ରିଲେସନ୍‌ସିପ୍‌ ଓ ବିବାହ

ସନ୍ନି ପ୍ରଥମେ ‘ପ୍ଲେ ବଏ’ ମାଗାଜିନ୍‌ର ଭାଇସ୍‌ ପ୍ରେସିଡେଣ୍ଟ ମେଟ୍‌ ଏରିକ୍ସନ୍‌ଙ୍କୁ ଭଲ ପାଉଥିଲେ। ୨୦୦୮ରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ପରେ ସେ ଜଣେ କମେଡିଆନ୍‌ ରସେଲ୍‌ ପିଟର୍ସଙ୍କୁ ଭଲ ପାଇଲେ। ପରେ ୨୦୧୧ରେ ନିଜ ସାଥି କଳାକାର ତଥା ସହ ପ୍ରଯୋଜକ ଡାନିଏଲ୍‌ ୱେବରଙ୍କୁ ବିବାହ କରିଥିଲେ ସନ୍ନି। ୨୦୦୮ ଓ ୨୦୧୦ରେ ସନ୍ନିଙ୍କ ବାପା ଓ ମା’ କ୍ୟାନ୍‌ସରରେ ମୃତ୍ୟୁବରଣ କଲେ। ସନ୍ନିଙ୍କ ଶାଶୂ ଶ୍ୱଶୁର ନ୍ୟୁୟର୍କର ମାସପେକ୍ୟୁୟା ସହରରେ ରୁହନ୍ତି। ସେମାନଙ୍କ ସହ ସେ ଛୁଟି କାଟାଇବାକୁ ମଧ୍ୟ ଯାଆନ୍ତି। ନିକଟରେ ସେ ଦୁଇଟି ସନ୍ତାନର ମା’ ମଧ୍ୟ ହୋଇଛନ୍ତି।

ଚୁମ୍ବକରେ ସନ୍ନି

  • ୧୩ ବର୍ଷ ବୟସରେ ସେ ନିଜକୁ ଜଣେ ବାଇସେକ୍ସୁଆଲ ମଣିଷ ବୋଲି ଅନୁଭବ କରିଥିଲେ।
  • ମାତ୍ର ୧୬ ବର୍ଷରେ ହରାଇଥିଲେ କୁମାରୀତ୍ୱ।
  • ସନ୍ନିଙ୍କ ଜନ୍ମ କାନାଡ଼ାର ସର୍ନିଆ ଓଣ୍ଟାରିଓରେ ଏକ ପଞ୍ଜାବୀ ସିଖ୍ ପରିବାରରେ ହୋଇଥିଲା।
  • ମାତ୍ର ୪ ବର୍ଷରେ ବୟସରେ ସେ ପରିବାର ସହ ଆମେରିକା ଚାଲି ଆସିଥିଲେ।
  • ସନ୍ନିଙ୍କ ବାପା ଥିଲେ ଜଣେ ଇଞ୍ଜିନିୟର ଓ ମା’ ଜଣେ ଗୃହିଣୀ।
  • ସନ୍ନିଙ୍କ ଭାଇ ସନ୍ଦୀପ ସିଂ ଭୋରା ଆମେରିକାରେ ଜଣେ ସେଫ୍ ଭାବରେ କାମ କରନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos