ବିଶ୍ୱର ସର୍ବପୁରାତନ ସିନେମା ହଲ୍‌;  ଯେଉଁଠି ଜଣେ ହିଁ ଦେଖିପାରୁଥିଲେ ଫିଲ୍ମ

ନୂଆଦିଲ୍ଲୀ: ଆଜିକାଲି ବହୁତ କମ୍ ଲୋକ ଥିବେ ଯେଉଁମାନେ ଫିଲ୍ମ ଦେଖୁ ନଥିବେ। ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପସନ୍ଦର ଫିଲ୍ମ ଦେଖୁଛନ୍ତି। ଅନେକ ତ ଫିଲ୍ମ ରିଲିଜ୍ ହେଉ ହେଉ ସିନେମା ଘର ଦୌଡ଼ୁଛନ୍ତି। ଏଥିପାଇଁ ଆଡ୍‌ଭାନ୍ସ ଟିକେଟ୍ ବି ବୁକ୍ କରୁଛନ୍ତି। ଆଉ କିଛି ଲୋକେ ଘରେ ଟିଭି ଆଦିରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆପଣମାନେ ଜାଣିଛନ୍ତି କି ସିନେମା ଘର ପ୍ରଥମେ […]

film

film

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 02:32 PM IST

Sports

Latest News

film1ନୂଆଦିଲ୍ଲୀ: ଆଜିକାଲି ବହୁତ କମ୍ ଲୋକ ଥିବେ ଯେଉଁମାନେ ଫିଲ୍ମ ଦେଖୁ ନଥିବେ। ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପସନ୍ଦର ଫିଲ୍ମ ଦେଖୁଛନ୍ତି। ଅନେକ ତ ଫିଲ୍ମ ରିଲିଜ୍ ହେଉ ହେଉ ସିନେମା ଘର ଦୌଡ଼ୁଛନ୍ତି। ଏଥିପାଇଁ ଆଡ୍‌ଭାନ୍ସ ଟିକେଟ୍ ବି ବୁକ୍ କରୁଛନ୍ତି। ଆଉ କିଛି ଲୋକେ ଘରେ ଟିଭି ଆଦିରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।

ତେବେ ଆପଣମାନେ ଜାଣିଛନ୍ତି କି ସିନେମା ଘର ପ୍ରଥମେ କେଉଁଠି ହୋଇଥିଲା? ଆସନ୍ତୁ ଜାଣିବା ଦୁନିଆର ପ୍ରଥମ ଫିଲ୍ମ ହଲ୍‌ ବା ସିନେମା ଘର କେଉଠି ନିର୍ମାଣ କରାଯାଇଥିଲା।

୧୮୯୪ ମସିହା ଏପ୍ରିଲ ୧୪ ତାରିଖରେ ପ୍ରଥମେ ନ୍ୟୁୟର୍କରେ ନିର୍ମାଣ ହୋଇଥିଲା ସିନେମା ଘର। ହଲାଣ୍ଡ ବ୍ରଦର୍ସ ଏହି ଫିଲ୍ମ ହଲ୍‌ର ନିର୍ମାଣ କରାଇଥିଲେ। ଏହାର ନାଁ ଦେଇଥିଲେ ‘କମର୍ସିଆଲ୍ ମୋସନ୍ ପିକ୍‌ଚର ହାଉସ୍‌’। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେତେବେଳେ ଫିଲ୍ମ କାଇନେଟୋସ୍କୋପ୍‌ରେ ଦେଖାଯାଉଥିଲା। ଏଥିରେ ଗୋଟିଏ ସମୟରେ କେବଳ ଜଣେ ବ୍ୟକ୍ତି ଫିଲ୍ମ ଦେଖିପାରୁଥିଲେ। ଏହି ସ୍ଥାନରେ ୧୦ଟି ମେସିନ୍ ଲଗାଯାଇଥିଲା ଓ ସବୁଥିରେ ଅଲଗା ଅଲଗା ଫିଲ୍ମ ଚାଲୁଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos