୪ ଦଶନ୍ଧି ଧରି ବଲିଉଡ୍‌ରେ ବାଦ୍‌ସାହା ସାଜିଥିଲେ ସେ…

p-666

ମୁମ୍ବାଇ: ବିଶିଷ୍ଠ ଚଳଚ୍ଚିତ୍ର  ଅଭିନେତା ତଥା ନିର୍ମାତା ଶଶି କପୁରଙ୍କ ଦେହାନ୍ତ ହୋଇଯାଛି।  ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା ଦୀର୍ଘ  ଦିନ ଧରି ଅସୁସ୍ଥ ଥିଲେ ଶଶି କପୁର। ପ୍ରସିଦ୍ଧ କପୁର ବଂଶର ଦୟାଦ ତଥା କିମ୍ବଦନ୍ତୀ ଅଭିନେତା ପୃଥ୍ୱୀରାଜ କପୁରଙ୍କ ସାନପୁଅ ଶଶି କପୁର ଦୀର୍ଘ ୪ ଦଶନ୍ଧି ଧରି  ଜୀବନ୍ତ ଅଭିନୟ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ସିନେମା ପ୍ରତି ତାଙ୍କ ଅବଦାନ ପାଇଁ  ୨୦୧୫ରେ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସହେବ ଫାଲକେ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ।

୧୯୬୧ରେ ଧରମପୁତ୍ର ଜରିଆରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୯୬୫ରେ ‘ଜବ ଜବ ଫୁଲ ଖିଲେ’ ଫିଲ୍ମରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ହସିନା ମାନ ଜାୟେଗୀ, ପ୍ୟାର କିଏ ଯା ଓ ଶର୍ମିଲୀ ଭଳି ଫିଲ୍ମ ଜରିଆରେ ରୋମାଣ୍ଚିକ ହିରୋ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ।

ଅଶୀ ଦଶକରେ  ଦିୱାର, କଭି କଭି, ତ୍ରିଶୁଲ, ସୁହାଗ, ସିଲ୍ ସିଲା ଏବଂ ନମକ ହରାମ ଭଳି   ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଅନ୍‌ସ୍କ୍ରିନ୍‌ ଯୋଡି ବେଶ ଜମିଥିଲା। ରୋଟି କପଡା ଔର ମକାନ, ସତ୍ୟମ ଶିବମ ସୁନ୍ଦରମ ଓ କ୍ରାନ୍ତି ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଏବେବି ଦର୍ଶକ ଭୁଲିପାରିନାହାନ୍ତି। ୧୯୭୮ ମସିହାରେ ସେ ନିଜ ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିଲେ। ଜୁନୁନ୍, କଲୟୁଗ ଓ ୩୬ ଚୌରଙ୍ଗୀ ଲେନ୍ ଭଳି ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।  ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।

Previous ArticleNext Article

Send this to a friend