ସଲ୍ଲୁ-କ୍ୟାଟ୍‌ଙ୍କ ଉଜୁଡ଼ା ପ୍ରେମ ବଗିଚାରେ ପୁଣି ଫୁଲ ଫୁଟିବ କି?

salman-kait-

ମୁମ୍ବାଇ: ବ୍ରେକ୍‌ଅପ୍ ହେବାର ଗୁଡ଼ାଏ ଦିନ ଗଲାଣି। ଗଣମାଧ୍ୟମ କିମ୍ବା ସାଧାରଣ ଲୋକ ଆଉ ସେ ବିଷୟ ଚର୍ଚ୍ଚା କରୁନାହାଁନ୍ତି। କିନ୍ତୁ ପ୍ରେମ ଏତେ ଯେ, ଏବେବି ଝୁରି ହେଉଛନ୍ତି ପ୍ରେମିକ ପ୍ରବର। ପ୍ରେମିକାଙ୍କ କଥା ପଡ଼ିଲେ ଅନ୍ୟମନସ୍କ ହୋଇଯାଉଛନ୍ତି। ଭୁଲି ନାହାଁନ୍ତି ପ୍ରେମ, ଭୁଲି ନାହାଁନ୍ତି ଚେହେରା କିମ୍ବା ଭୁଲିପାରି ନାହାଁନ୍ତି ରୋମାନ୍ସ ବେଳର ସ୍ମୃତି।

ଆମେ କହୁଛୁ, ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଅସଂପୂର୍ଣ୍ଣ ପ୍ରେମ କାହାଣୀ- କାଟ୍ରିନା କୈଫ୍ ଓ ଦବଙ୍ଗ ଖାନ୍‌ ସଲମାନଙ୍କର ବିଗତ ସଂପର୍କ କଥା। ସାରା ଭାରତ ଜାଣେ, ବହୁଦିନରୁ ଏ ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଛି। କିନ୍ତୁ ଏବେ ଦୁହିଁଙ୍କୁ ଅପକମିଂ ଫିଲ୍ମ ‘ଟାଇଗର ଅଭି ଜିନ୍ଦା ହୈ’ରେ ପୁଣି ଏକାଠି ଦେଖିବାକୁ ମିଳିବ। ଖବର ଅନୁଯାୟୀ, ଏହି ଫିଲ୍ମ ଜରିଆରେ ଦୁଇଜଣ ପୁଣି ନିକଟର ହେବାକୁ ଯାଉଛନ୍ତି। ବ୍ରେକଅପ୍‌ ପରେ କାଳେ, ଦୁହେଁ ପାର୍ଟି କିମ୍ବା କୌଣସି ଉତ୍ସବରେ ଭେଟ ହୋଇଗଲେ, ପରସ୍ପରକୁ ଚାହୁଁ ନଥିଲେ। ଏବେ କିନ୍ତୁ ପ୍ରେମ ପାଣିପାଗ ବଦଳିଛି। କଥାଟି ଆପଣମାନଙ୍କ ପରି ଆମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଶତ ପ୍ରତିଶତ ସତ। ଏବେବି ସଲ୍ଲୁମିଆଁ କ୍ୟାଟ୍‌ଙ୍କୁ ଚାହୁଁଛନ୍ତି, ତାଙ୍କ ପାଇଁ ପାଗଳ।

ଏବେ ଅସଲ କଥାଟା ପଢ଼ନ୍ତୁ। ପ୍ରକୃତ କଥାଟା ହେଲା, ସଲମାନ୍ ନିଜର ଅପକମିଂ ଫିଲ୍ମ ‘ଟ୍ୟୁବଲାଇଟ’ର ପ୍ରମୋଶନ ଜୋରସୋରରେ କରୁଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ସଲ୍ଲୁ ବାନ୍ଦ୍ରାସ୍ଥିତ ମହବୁବ ଷ୍ଟୁଡିଓକୁ ଆସିଥିଲେ। ଷ୍ଟୁଡିଓରେ ପାଦ ଦେଉଦେଉ ଗୋଟେ ମନୋରମ ଖବର ତାଙ୍କୁ ଚକିତ କରିଦେଲା। ଶୁଣିବାକୁ ପାଇଲେ, କାଳେ କ୍ୟାଟ୍ରିନା ବି ଏବେ ଷ୍ଟୁଡିଓରେ ସଶରୀରେ ଉପସ୍ଥିତ ଅଛନ୍ତି। ଏହା ଶୁଣି ସଲ୍ଲୁମିଆଁ ନିଜ ଉପରୁ ସବୁ ନିୟନ୍ତ୍ରଣ ହରାଇଥିଲେ। ସବୁ କାମ ପଛକୁ ରଖି ପହଞ୍ଚି ଯାଇଥିଲେ ପୁରୁଣା ପ୍ରେମିକା କ୍ୟାଟ୍‌ଙ୍କ ପାଖରେ। ଆଉ ତା ପରର ଦୃଶ୍ୟ ଆପଣମାନେ ଭଲରେ ଅନୁମାନ କରିପାରୁଥିବେ। କୁହାଯାଉଛି, ଉଭୟଙ୍କର ଯାହା ବଡି ଲାଙ୍ଗୁଏଡ୍ ଥିଲା, ସେ ଦୃଶ୍ୟ ଦେଖି ଆଶା କରାଯାଉଛି, ପୁଣି ପୁରୁଣା ପ୍ରେମ ଫେରି ଆସିବ କି?

ସୌଜନ୍ୟ- ୟଙ୍ଗିସ୍ତାନ

Previous ArticleNext Article

Send this to a friend