ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ’ର ଅଡିଓ ରିଲିଜ୍

Love

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ୍‌’ର ଅଡିଓ ରିଲିଜ୍ ହୋଇଛି। ଫିଲ୍ମର ପୂରା ଟିମ୍‌ ଅଡିଓ ରିଲିଜ୍‌ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଫିଲ୍ମରେ ଟାଇଟଲ୍ ଟ୍ରାକ୍  ଓ ଗୋଟିଏ ଆଇଟମ୍‌ ନମ୍ୱରକୁ ମିଶାଇ ମୋଟ ୪ଟି ଗୀତ ରହିଛି। ପାମେଲା ଜୈନ, ଇରା ମହାନ୍ତି,  ସଞ୍ଜୁ ମହାନ୍ତିଙ୍କ ସହିତ  ଲିଡ୍‌ରେ ଥିବା ବାବୁସାନ୍‌ ଓ ପପୁ ପମ୍‌ପମ୍ ଗୀତଗୁଡ଼ିକୁ ଗାଇଛନ୍ତି। ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ମଜୁମଦାର। ବାବୁସାନ୍‌-ଏଲିନା ଷ୍ଟାରର୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ରଜ ଅବସରରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ପଞ୍ଚମ ଅବଦାନ ‘ଲଭ୍‌ ଷ୍ଟେସନ’ ହଲ୍‌କୁ ଆସିବ ।

Previous ArticleNext Article

Send this to a friend