ମହିଳାଙ୍କୁ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ଏଜାଜ ଖାନ ଗିରଫ

ajaz-khan

ମୁମ୍ବାଇ: ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଗିରଫ କରିଛି। ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ଓ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ମାଲବଣୀ ପୋଲିସ୍‌ ଏଜାଜଙ୍କ  ବିରୋଧରେ ଆଇପିସି ଧାରା ୩୫୪ ଓ ୬୬(ଇ) ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରିଛି।

ପୂର୍ବରୁ ଏଜାଜ ମଡେଲ ଐଶ୍ୟୟା ଚୌବେଙ୍କୁ ଅଶ୍ଲୀଳ ଫୋଟ ପଠାଇଥିବା ଅଭିଯୋଗ ହୋଇଥିଲା। ପରେ ସେ ସେହି ଫଟୋକୁ ଡିଲିଟ୍‌ କରିଦେଇଥିଲେ। ଏଜାଜ୍‌ ତାଙ୍କୁ ଅଶ୍ଲୀଳ ମେସେଜ ପଠାଇଥିବା ମଡେଲ ଜଣଙ୍କ ଅଭିଯୋଗ କରିଥିଲେ।

ବିଗ୍‌ ବସରେ ଏଜାଜ ମାରପିଟ କରି ବିଗ୍‌ ବସ୍‌ ଘରୁ ଆଉଟ୍‌ ହୋଇଯାଇଥିଲେ।

Previous ArticleNext Article

Send this to a friend