ରିଲିଜ ହେଲା ‘ନାମ ଶବାନା’ର ପ୍ରଥମ ଲୁକ୍‌

akhaya-kumar

ମୁମ୍ବାଇ: ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ‘ନାମ ଶବାନା’ର ପ୍ରଥମ ଲୁକ୍‌କୁ ଅକ୍ଷୟ କୁମାର ରିଲିଜ କରିଛନ୍ତି। ‘ପିଙ୍କ୍‌’ ପରି ତାପସୀ ଏହି ଫିଲ୍ମରେ ମଧ୍ୟ ଗମ୍ଭୀର ଏବଂ ଦମଦାର ଚରିତ୍ରରେ ନଜର ଆସିବେ। ଫିଲ୍ମରେ ତାପସୀଙ୍କ ଭୂମିକା ଖୁବ୍‌ ସୁନ୍ଦର ରହିବ ବୋଲି ଦର୍ଶକଙ୍କ ପରି ଅକ୍ଷୟଙ୍କ ମଧ୍ୟ ବିଶ୍ୱାସ ରହିଛି।

ପୂର୍ବରୁ ୨୦୧୫ ‘ବେବି’ରେ ତାପସୀ ଓ ଅକ୍ଷୟଙ୍କୁ ଏକାଠି ଦେଖାଯାଇଥିଲା। ଏହି ଫିଲ୍ମରେ ମନୋଜ ବାଜପେୟୀ ଏବଂ ଏଲି ଅବରାମ ମଧ୍ୟ ନଜର ଆସିବେ। ଫିଲ୍ମଟି ୩୧ ମାର୍ଚ୍ଚ ୨୦୧୭ରେ ରିଲିଜ ହେବାକୁ ଯାଉଛି।

Previous ArticleNext Article

Send this to a friend