ଏକାଠି ନଜର ଆସିବେ ରଜନୀକାନ୍ତ-ନୱାଜ୍‌

ନୂଆଦିଲ୍ଲା: ବଲିଉଡ୍‌ର ତିନି ଖାନ୍‌ଙ୍କ ସହିତ ପରଦାରେ ଅଭିନୟ କରି ସାରିଥିବା ନୱାଜୁଦିନ୍‌ ସିଦ୍ଦିକି ଏବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ଏକ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରକୁ ତାମିଲ୍‌ ନିର୍ଦ୍ଦେଶକ କାର୍ତ୍ତିକ ସବ୍ବାରାଜ ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରରେ ତାମିଲ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୁଖ୍ୟ ଚରିତ୍ରରେ ଅଭିନୟ  କରିଛନ୍ତି। ସନ୍‌ ପିକଚର୍ସ ବ୍ୟାନର୍‌ର ଏହି ଚଳଚ୍ଚିତ୍ରରେ ନୱାଜ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ରଜନୀକାନ୍ତ ପ୍ରଥମରୁ ହିଁ ଚଳଚ୍ଚିତ୍ରର କିଛି ଅଂଶକୁ ଦାର୍ଜିଲିଂ […]

1

1

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 03:45 PM IST

Sports

Latest News

ନୂଆଦିଲ୍ଲା: ବଲିଉଡ୍‌ର ତିନି ଖାନ୍‌ଙ୍କ ସହିତ ପରଦାରେ ଅଭିନୟ କରି ସାରିଥିବା ନୱାଜୁଦିନ୍‌ ସିଦ୍ଦିକି ଏବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ଏକ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରକୁ ତାମିଲ୍‌ ନିର୍ଦ୍ଦେଶକ କାର୍ତ୍ତିକ ସବ୍ବାରାଜ ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରରେ ତାମିଲ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୁଖ୍ୟ ଚରିତ୍ରରେ ଅଭିନୟ  କରିଛନ୍ତି।

ସନ୍‌ ପିକଚର୍ସ ବ୍ୟାନର୍‌ର ଏହି ଚଳଚ୍ଚିତ୍ରରେ ନୱାଜ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ରଜନୀକାନ୍ତ ପ୍ରଥମରୁ ହିଁ ଚଳଚ୍ଚିତ୍ରର କିଛି ଅଂଶକୁ ଦାର୍ଜିଲିଂ ଏବଂ ଡେରାଡୁନ୍‌ରେ ସୁଟିଂ କରି ସାରିଛନ୍ତି। ପରବର୍ତ୍ତୀ ସୁଟିଂ ଡେରାଡୁନ୍‌ରେ ଚାଲୁଛି। ସୂଚନା ଅନୁସାରେ, ନୱାଜ୍‌ ୱାର୍ଲଡ୍‌ କପ୍‌ ଉପରେ ହେବାକୁ ଥିବା ଚଳଚ୍ଚିତ୍ର ୮୩ରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି। ନିକଟରେ ଚଳଚ୍ଚିତ୍ର ସ୍କେୟାର୍ଡ ଗେମ୍‌ସ୍‌ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos