ନ୍ୟୁଜିଲାଣ୍ଡରେ ଭୂକମ୍ପ: ବଲିଉଡ କଳାକାର ସିଦ୍ଧାର୍ଥ ସୁରକ୍ଷିତ

sidhartha

ମୁମ୍ବାଇ: ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଥିବା ବଲିଉଡ କଳାକାର ସିଦ୍ଧାର୍ଥ ମଲହୋତ୍ରା ସୁରକ୍ଷିତ ଥିବା ଟ୍ୱିଟ୍‌ କରି କହିଛନ୍ତି। ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ସହ ସୁନାମି ଆସିଥିଲା। ସେ ଟ୍ୱିଟ୍‌ କରି କହିଛନ୍ତି,“ମୋର କୌଣସି କ୍ଷତି ହୋଇନାହିଁ, ମୁଁ ସୁରକ୍ଷିତ ଅଛି।” ଅନ୍ୟ ଏକ ଟ୍ୱିଟ୍‌ରେ ସେ କହିଛନ୍ତି,“ନ୍ୟୁଜିଲାଣ୍ଡବାସୀଙ୍କ ସହ ମୋର ପ୍ରାର୍ଥନା ରହିଛି।”

ସୂଚନାଯୋଗ୍ୟ ସିଦ୍ଧାର୍ଥ ହେଉଛନ୍ତି ନ୍ୟୁଜିଲାଣ୍ଡ ଟ୍ୟୁରିଜିମର ବ୍ରାଣ୍ଡ ଆମ୍ବାସାଡ଼ାର। ଏହି ସଂକ୍ରାନ୍ତରେ ସେ ଏବେ ନ୍ୟୁଜିଲାଣ୍ଡ ଅଛନ୍ତି।

Previous ArticleNext Article

Send this to a friend