ଫିଲ୍ମ 'ଅକ୍ଟୋବର' ବିରୋଧରେ ଗୁରୁତର ଅଭିଯୋଗ

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ବରୁଣ ଧୱନ୍ ଅଭିନୀତ ଫିଲ୍ମ ‘ଅକ୍ଟୋବର’। ଫିଲ୍ମଟିର ନିର୍ଦ୍ଦେଶନା ସୁଜିତ ସରକାର ଦେଇଛନ୍ତି। ପ୍ରଥମ ସପ୍ତାହରେ ଏହା ଭଲ ଇନ୍‌କମ କରିଛି। ତେବେ ‘ଅକ୍ଟୋବର’ର ନିର୍ମାତାଙ୍କ ବିରୋଧରେ ଫିଲ୍ମର କାହାଣୀ ଚୋରି କରିବା ଅଭିଯୋଗ ଆସିଛି। ଆମେରିକା ବେସଡ୍ ଫିଲ୍ମମେକର୍ ଓ ଏଡ଼ିଟର ହେମଲ ତ୍ରିବେଦି ଫେସବୁକ୍‌ରେ ଅଭିଯୋଗ କରିଛନ୍ତି ଯେ ‘ଅକ୍ଟୋବର’ ହେଉଛି ମରାଠି ଫିଲ୍ମ ‘ଆରତୀ-ଦ ଅନନୋନ୍ ଲଭ୍‌ଷ୍ଟୋରୀ’ର ନକଲ। ସେ ଲେଖିଛନ୍ତି ଯେଏହି କାହାଣୀଟି ନିର୍ଦ୍ଦେଶକ ସାରିକା […]

October 2D

October 2D

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 01:24 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ବରୁଣ ଧୱନ୍ ଅଭିନୀତ ଫିଲ୍ମ 'ଅକ୍ଟୋବର'। ଫିଲ୍ମଟିର ନିର୍ଦ୍ଦେଶନା ସୁଜିତ ସରକାର ଦେଇଛନ୍ତି। ପ୍ରଥମ ସପ୍ତାହରେ ଏହା ଭଲ ଇନ୍‌କମ କରିଛି। ତେବେ ‘ଅକ୍ଟୋବର’ର ନିର୍ମାତାଙ୍କ ବିରୋଧରେ ଫିଲ୍ମର କାହାଣୀ ଚୋରି କରିବା ଅଭିଯୋଗ ଆସିଛି।

ଆମେରିକା ବେସଡ୍ ଫିଲ୍ମମେକର୍ ଓ ଏଡ଼ିଟର ହେମଲ ତ୍ରିବେଦି ଫେସବୁକ୍‌ରେ ଅଭିଯୋଗ କରିଛନ୍ତି ଯେ 'ଅକ୍ଟୋବର' ହେଉଛି ମରାଠି ଫିଲ୍ମ 'ଆରତୀ-ଦ ଅନନୋନ୍ ଲଭ୍‌ଷ୍ଟୋରୀ'ର ନକଲ। ସେ ଲେଖିଛନ୍ତି ଯେଏହି କାହାଣୀଟି ନିର୍ଦ୍ଦେଶକ ସାରିକା ମେନେଙ୍କର ଭାଇଙ୍କ ଜୀବନ ଉପରେ ଆଧାରିତ।

ଏହାପରେ 'ଅକ୍ଟୋବର'ର ନିର୍ଦ୍ଦେଶକ ସୁଜିତ ସରକାର ଏକ ସାକ୍ଷାତକାରରେ ଏହାର ଜବାବ ରଖିଥିଲେ। ସୁଜିତ କହିଥିଲେ ଯେ ଏହି ଫିଲ୍ମର ଲିଡ୍‌ କ୍ୟାରେକ୍ଟର ଡେନ୍‌ର କାହାଣୀ ତାଙ୍କ ନିଜ ଜୀବନୀ ଉପରେ ଆଧାରିତ। ସେ କହିଥିଲେ ଯେ, ୨୦୦୪ ମସିହାରେ ତାଙ୍କ ମାଆ ସାଢ଼େ ୩ ମାସ ଯାଏଁ କୋମାରେ ଥିଲେ। ସେ ଦିଲ୍ଲୀରେ ଆଡମିଟ୍‌ ଥିଲେ। ଯେଉଁ ଡାକ୍ତରମାନେ ତାଙ୍କ ମାଆଙ୍କ ଚିକିତ୍ସା କରିଥିଲେ, ସେମାନେ ଫିଲ୍ମ ତିଆରି ସମୟରେ ବହୁତ ସାହାଯ୍ୟ କରିଥିଲେ। ସେ କହିଥିଲେ, 'ମୁଁ ଡେନ୍‌ଙ୍କ କ୍ୟାରେକ୍ଟର ଭଳି କି ନୁହେଁ ଜାଣିନି। ଆମେ କେବଳ ଏକ ରୋଗୀର ପରିବାର ଯେଉଁ ସମସ୍ୟା ଦେଇ ଗତି କରିଥାଏ, ତାହା ଦେଖାଇବାକୁ ଚେଷ୍ଟା କରିଛୁ।'

ସୁଜିତ କହିଥିଲେ ଯେ ଫିଲ୍ମର କାହାଣୀ ଜୁହି ଚତୁର୍ବେଦୀ ଡେଭଲପ୍‌ କରିଛନ୍ତି। ଜୁହିଙ୍କ ମାଆ ମଧ୍ୟ ଅନେକ ଦିନରୁ ଭେଣ୍ଟିଲେଟରରେ ପଡ଼ିଛନ୍ତି। ସେ କହିଛନ୍ତି ଯେ ସେମାନେ ଏହି ଫିଲ୍ମ ଜରିରେ ମାଆ ଓ ପିଲାର ନିଃସ୍ୱାର୍ଥପର ଭଲପାଇବାକୁ ଦର୍ଶାଇଛନ୍ତି।

ଜଣାଇଦେବାକୁ ଚାହୁଁ ଯେ ଫିଲ୍ମଟି ସୁଲି ନାମକ ଏକ ଝିଅର କାହାଣୀ, ଯିଏ କି ଏକ ହୋଟେଲର ଛାତରୁ ଡେଇଁପଡ଼ି କୋମାରେ ପଡ଼ିଛି। ବରୁଣ ଧୱନ୍‌ ଏଥିରେ ସୁଲିର ବନ୍ଧୁର ଭୂମିକାରେ ନଜର ଆସିଛନ୍ତି, ଯିଏ କି ହସ୍ପିଟାଲରେ ତା'ର ଦେଖାଶୁଣା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story