ପୁଣି ଏକାଠି ହେଲେ ଅରିନ୍ଦମ ଓ ଅର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ପୁଣି ଏକାଠି ଦେଖାଦେବେ ଅରିନ୍ଦମ ଓ ଅର୍ଚ୍ଚିତା। ଦଶହରାରେ ଆସୁଛି ତାଙ୍କର ଆଗାମୀ ଫିଲ୍ମ। ଏଥିପାଇଁ ପ୍ରଡକ୍‌ସନ୍‌ ୟୁନିଟ୍‌ ସୁଟିଂରେ ବ୍ୟସ୍ତ ଅଛି। ସୁଧାଂସୁ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନାଁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏକ ନିଆରା କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିବା କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ତେବେ ପୂର୍ବରୁ “ରଜା ଘର ଝିଅ ସଙ୍ଗେ ହୋଇଗଲା ଭାବ” ଫିଲ୍ମରେ ଏହି ଯୋଡିକୁ ଦର୍ଶକ ଦେଖିବାକୁ ପାଇଥିଲେ। ତେବେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ରରେ ତାଙ୍କ କେମେଷ୍ଟ୍ରି ଦର୍ଶକମାନଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବାକୁ ଅପେକ୍ଷ।

Previous ArticleNext Article

Send this to a friend