‘ଓକେ ଜାନୁ’ରେ ସାଧାରଣ ଯୁବକ ଚରିତ୍ରରେ ନଜରକୁ ଆସବେ ଆଦିତ୍ୟ

aditya

ମୁମ୍ବାଇ: ‘ଆସିକ୍‌-୨‘ର ହିରୋ ଆଦିତ୍ୟ ରାୟ କପୁର ଖୁବଶୀଘ୍ର ‘ଓକେ ଜାନୁ’ରେ ନଜର ଆସିବେ। ଏହି ଫିଲ୍ମରେ ଆଦିତ୍ୟ ଏକ ସାଧାରଣ ଯୁବକ ଚରିତ୍ରରେ ଅଭିନୟ କରୁଛନ୍ତି। ଏପରି ଏକ ଚରିତ୍ର ପାଇ ସେ ବହୁତ ଖୁସି ଥିବା କହିଛନ୍ତି।

 ‘ରାଖ’ର ସ୍କ୍ରିନିଂରେ ଯୋଗ ଦେବାକୁ ଆସିଥିବା ବେଳେ ଆଦିତ୍ୟଙ୍କୁ ‘ଓକେ ଜାନୁ’ରେ ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ,“ଏପରି ଚରିତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି।”

ମଣିରତନମ୍‌ଙ୍କ ତାମିଲ ଫିଲ୍ମ ‘ଓକେ କନମନି’ର ରିମେକ ହେଉଛି ‘ଓକେ ଜାନୁ’। ତାଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ଆସୁଛନ୍ତି। ଫିଲ୍ମଟି ମୁମ୍ବାଇରେ ଲିଭ୍‌ ଇନ୍‌ରେ ରହୁଥିବା ଯୁବ ଯୋଡ଼ିଙ୍କୁ ନେଇ ନିର୍ମାଣ କରାଯାଇଛି।

Previous ArticleNext Article

Send this to a friend