ପ୍ୟାରିସରେ ଛୁଟି କାଟୁଛନ୍ତି ରାଣୀ

rani-mukherjee_

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀ ପ୍ୟାରିସରେ ଗ୍ରୀଷ୍ମ ଛୁଟି କାଟୁଛନ୍ତି। କିଛିମାସ ହେବ ରାଣୀ ମୁଖାର୍ଜୀ ତାଙ୍କ ଝିଅ ଆଦିରା ଓ ସ୍ୱାମୀ ଆଦିତ୍ୟ ଚ୍ରୋପାଙ୍କ ସହିତ ସମୟ କାଟୁଛନ୍ତି। ପ୍ୟାରିସରେ ରାଣୀ କିଛି ଫ୍ୟାନଙ୍କ ସହ ସେଲ୍‌ଫି ନେଇଛନ୍ତି। ସେଲ୍‌ଫିରେ ରାଣୀ ମୁଖାର୍ଜୀ ଖୁସି ଜଣାପଡୁଛନ୍ତି।

 ଆଦିତ୍ୟ ଚ୍ରୋପା ଫିଲ୍ମ “ବେଫିକର” ସୁଟିଂ ପାଇ ପ୍ୟାରିସ ଯାଇଛନ୍ତି। ରାଣୀ ମୁଖାର୍ଜୀ ତାଙ୍କ ସହିତ ଯାଇଥିବା ଜଣାପଡିଛି।

ସୁଇଜରଲ୍ୟାଣ୍ଡ ସରକାର ଦିବଂଗତ ୟଶ ଚ୍ରୋପାଙ୍କ ପ୍ରତିମୂର୍ତ୍ତି ସୁଇଜରଲ୍ୟାଣ୍ଡରେ ସ୍ଥାପିତ କଲାବେଳେ ରାଣୀମୁଖାର୍ଜୀଙ୍କୁ  ଶେଷଥର ପାଇଁ  ସେଠାରେ ଦେଖିବାକୁ ମିଳିଥିଲା।

Previous ArticleNext Article

Send this to a friend