ନିର୍ମାତାଙ୍କୁ ମାରିବାକୁ ମଡେଲ୍‌ ଦେଇଥିଲେ ସୁପାରୀ: ପ୍ରୀତି ଜୈନ୍‌ଙ୍କୁ ୩ବର୍ଷ ଜେଲ୍‌

Preeti Jain Gets Convicted For Plotting Filmmaker Madhur Bhandarkar's Murder

ମୁମ୍ବାଇ: ସିନେ ନିର୍ମାତା ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ମଡେଲ୍‌ ତଥା ଅଭିନେତ୍ରୀ ପ୍ରୀତି ଜୈନ୍‌ଙ୍କୁ ୩ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ କୋର୍ଟ ଅନ୍ୟ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ପ୍ରୀତିଙ୍କ ନାଁରେ ଅଭିଯୋଗ ଥିଲା ଯେ ସେ ୨୦୦୫ରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଅରୁଣ ଗାଭାଲିଙ୍କୁ ମଧୁର ଭଣ୍ଡାରକରଙ୍କ ହତ୍ୟା ପାଇଁ ୭୦ ହଜାର ଟଙ୍କା ସୁପାରୀ ଦେଇଥିଲେ। ରହସ୍ୟର ଖୁଲାସା ସେତେବେଳେ ହୋଇଥିଲା, ଯେତେବେଳେ ପ୍ରୀତି ଭଣ୍ଡାରକରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।  ଯାହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

Previous ArticleNext Article

Send this to a friend