ଦେଶବାସୀଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା?

ନୂଆଦିଲ୍ଲୀ: ଆମେରିକାର ଟେଲି ସିରିଏଲ ‘କ୍ୱାଣ୍ଟିକୋ’ରେ ଏକ ସିନ୍‌ରେ ପ୍ରିୟଙ୍କା କହିଥିବା ଏକ ଡାଏଲଗ୍‌ ପାଇଁ କ୍ଷମା ମାଗିଛନ୍ତି। ଏ ନେଇ ଦେଶବ୍ୟାପୀ ନିନ୍ଦିତ ହେବା ପରେ  ସେ ରବିବାର ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି । କ’ଣ ସେହି ବିବାଦ? ଆମେରିକାର ଟେଲି ସିରିଏଲ୍‌ ‘କ୍ୱାଣ୍ଟିକୋ’ରେ ପ୍ରିୟଙ୍କା ଅନେକ ଦିନ ହେଲା କାମ କରି ଆସୁଛନ୍ତି। ଏଥିରେ ଜଣେ ଆତଙ୍କବାଦୀର ପରିଚୟ ଦେବାକୁ ଯାଇ ସେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ କହିଛନ୍ତି,“ଲୋକଟି ଗଳାରେ […]

priyanka

priyanka

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 12:26 PM IST

ନୂଆଦିଲ୍ଲୀ: ଆମେରିକାର ଟେଲି ସିରିଏଲ ‘କ୍ୱାଣ୍ଟିକୋ’ରେ ଏକ ସିନ୍‌ରେ ପ୍ରିୟଙ୍କା କହିଥିବା ଏକ ଡାଏଲଗ୍‌ ପାଇଁ କ୍ଷମା ମାଗିଛନ୍ତି। ଏ ନେଇ ଦେଶବ୍ୟାପୀ ନିନ୍ଦିତ ହେବା ପରେ  ସେ ରବିବାର ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି ।

କ’ଣ ସେହି ବିବାଦ?

ଆମେରିକାର ଟେଲି ସିରିଏଲ୍‌ ‘କ୍ୱାଣ୍ଟିକୋ’ରେ ପ୍ରିୟଙ୍କା ଅନେକ ଦିନ ହେଲା କାମ କରି ଆସୁଛନ୍ତି। ଏଥିରେ ଜଣେ ଆତଙ୍କବାଦୀର ପରିଚୟ ଦେବାକୁ ଯାଇ ସେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ କହିଛନ୍ତି,“ଲୋକଟି ଗଳାରେ ରୁଦ୍ରାକ୍ଷ ମାଳି ପିନ୍ଧିଛି। ସେ ପାକିସ୍ତାନୀ ନୁହେଁ। ସେ ଭାରତୀୟ ଯେକି ପାକିସ୍ତାନ ବିରୋଧରେ ଷଡଯନ୍ତ୍ର କରୁଛି।” ଜଣେ ଭାରତୀୟ ହୋଇ ନିଜ ଦେଶବାସୀଙ୍କୁ ଷଡ଼ଯନ୍ତ୍ରକାରୀ କହିବା ପ୍ରିୟଙ୍କାଙ୍କୁ ମହଙ୍ଗା ପଡ଼ିଛି।  ‘କ୍ୱାଣ୍ଟିକୋ’ର ତୃତୀୟ ସିଜିନ୍‌ “ଦ ୱାର୍ଲଡ୍‌ ଅଫ୍ ରୋମିଓ”ରେ ଦେଖା ଯାଇଥିବା ଏହି ଦୃଶ୍ୟ ପାଇଁ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ଟ୍ୱିଟ୍‌ରେ ଏମିତି ଲେଖିଲେ ପ୍ରିୟଙ୍କା

ପ୍ରିୟଙ୍କା ରବିବାର ଟ୍ୱିଟ୍‌ କରି କହିଛନ୍ତି ଯେ କ୍ୱାଣ୍ଟିକୋର ଏହି ବିବାଦୀୟ ଏପିସୋଡ୍‌ ଅନେକ ଲୋକଙ୍କ ଭାବନାକୁ ଆଘାତ ଦେଇଛି। ଏଥିପାଇଁ ସେ ଦୁଃଖିତ ଏବଂ କ୍ଷମା ଚାହୁଁଛନ୍ତି। କାହାର ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ହୋଇଥିବା ହେତୁ ସେ ଗର୍ବ କରୁଛନ୍ତି ଏବଂ ସବୁବେଳେ କରୁଥିବେ।

ସିରିଏଲ୍‌ ନିର୍ମାତା ମଧ୍ୟ ମାଗିଲେ କ୍ଷମା

ଏ ନେଇ ସିରିଏଲ୍‌ର ପ୍ରଯୋଜକ ଏକ କ୍ଷମାପ୍ରାର୍ଥନା ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି, କ୍ୱାଣ୍ଟିକୋରେ ଦେଖା ଯାଇଥିବା ଦୃଶ୍ୟ ପାଇଁ ଏବିସି ଷ୍ଟୁଡିଓ ଏବଂ ଏହାର ପରିଚାଳନା ସଂସ୍ଥା ଦର୍ଶକଙ୍କୁ କ୍ଷମା ମାଗୁଛି। ଏହି ଏପିସୋଡ୍‌ଟି ଭାବନାରେ ପରିପୂର୍ଣ୍ଣ ଥିଲା। ପ୍ରିୟଙ୍କା ଚୋପ୍ରା ଏହି ଶୋ’ର ନିର୍ମାତା ନୁହଁନ୍ତି। ଏହାର କାଷ୍ଟିଂ କିମ୍ବା କାହାଣୀ ଲେଖିବାରେ ତାଙ୍କର କୌଣସି ଭୂମିକା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos