କିସିଂ ସିନ୍‌ ବ୍ୟତୀତ ଫିଲ୍ମରେ ବହୁତ କିଛି ଦେଖିବାକୁ ରହିଛି: ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ଓ ବାଣୀ କପୁରଙ୍କ ‘ବେଫିକ୍ରେ’ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ଫିଲ୍ମରେ ଉଭୟଙ୍କ ଭିତରେ ଦେଖାଯାଇଥିବା କିସିଂ ସିନ୍‌କୁ ନେଇ। ତେବେ ଫିଲ୍ମରେ କିସିଂ ସିନ୍‌ ବ୍ୟତୀତ ଗୋଟେ ଭଲ କାହାଣୀ ଏବଂ ଅନେକ କିଛି ଦେଖିବାକୁ ରହିଛି ବୋଲି ଫିଲ୍ମର ହିରୋ ରଣବୀର ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାରରେ ଜଣାଇଛନ୍ତି। ଏହାବ୍ୟତୀତ ଫିଲ୍ମର ପ୍ରୋମୋ ପାଇଁ ଅନେକ ଖାସ୍‌ ସିନ୍‌ ରହିଥିବା ବେଳେ କେବଳ କିସିଂ […]

ranbeer-singh

ranbeer-singh

Rakesh Mallick
  • Published: Monday, 05 December 2016
  • Updated: 05 December 2016, 03:08 PM IST

ମୁମ୍ବାଇ: ରଣବୀର ସିଂ ଓ ବାଣୀ କପୁରଙ୍କ ‘ବେଫିକ୍ରେ’ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ଫିଲ୍ମରେ ଉଭୟଙ୍କ ଭିତରେ ଦେଖାଯାଇଥିବା କିସିଂ ସିନ୍‌କୁ ନେଇ।

ତେବେ ଫିଲ୍ମରେ କିସିଂ ସିନ୍‌ ବ୍ୟତୀତ ଗୋଟେ ଭଲ କାହାଣୀ ଏବଂ ଅନେକ କିଛି ଦେଖିବାକୁ ରହିଛି ବୋଲି ଫିଲ୍ମର ହିରୋ ରଣବୀର ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାରରେ ଜଣାଇଛନ୍ତି।

ଏହାବ୍ୟତୀତ ଫିଲ୍ମର ପ୍ରୋମୋ ପାଇଁ ଅନେକ ଖାସ୍‌ ସିନ୍‌ ରହିଥିବା ବେଳେ କେବଳ କିସିଂ ସିନ୍‌କୁ କ’ଣ ପାଇଁ ଦେଖାଯାଇଛି ସେ ନେଇ ତାଙ୍କର ଏବଂ ଆଦିତ୍ୟ ଚୋପ୍ରାଙ୍କ ମଧ୍ୟରେ ଯୁକ୍ତି ହୋଇଥିବା କଥା ସେ ନ୍ୟୁଜ ଏଜେନ୍ସିକୁ କହିଛନ୍ତି। ତେବେ ଆଦିତ୍ୟ ଦର୍ଶକଙ୍କୁ ଫିଲ୍ମର ଭିନ୍ନ ଦିଗ ସହ ଯୋଡ଼ିବାକୁ ଚାହିଁ ଫିଲ୍ମର ପ୍ରୋମୋକୁ ଏପରି ତିଆରି କରିଥିବା ରଣବୀର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ବେଫିକ୍ରେ’ର ପ୍ରଥମ ସିନ୍‌ ଦେଖିବା ପରେ ଦର୍ଶକ ଆପେ ଏହି ଦୁଇ ଚରିତ୍ର ସଂପର୍କରେ ଜାଣିବା ଆରମ୍ଭ କରିଦେବେ। ଫିଲ୍ମଟି ଆସନ୍ତା ୯ ତାରିଖରେ ସିନେମା ଘରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos