ବିରୁଷ୍କାଙ୍କୁ ଫଲୋ କରିବେ ରଣବୀର-ଦୀପିକା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଅନୁକରଣ କରିପାରନ୍ତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍। ସେମାନେ ମଧ୍ୟ ଇଟାଲିରେ ବିବାହ କରିପାରନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ବିବାହ ଚଳିତ ବର୍ଷ ନଭେମ୍ବରରେ ଇଟାଲିରେ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ପୂର୍ବରୁ ରଣବୀର ଏବଂ ଦୀପିକା ଅକ୍ଟୋବରରେ ବିବାହ କରିବେ ବୋଲି ଖବର ଆସିଥିଲା। ସ୍ୱିଜରଲାଣ୍ଡରେ ସେମାନଙ୍କର ବାହାଘର ହେଉ ବୋଲି ସେଠାକାର ସରକାର ଚାହୁଁଥିଲେ। ଏହା ପଛର କାରଣ ହେଉଛି, ରଣବୀର ସ୍ୱିଜରଲାଣ୍ଡ ଟୁରିଜିମ୍‌ର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ସୂଚନା ଅନୁଯାୟୀ ରଣବୀର ଏବଂ ଦୀପିକା ବିବାହରେ ଗଣମାଧ୍ୟମକୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ‘ପଦ୍ମାବତ’ ପରେ ଦୀପିକା ବିବାହ ପାଇଁ କୌଣସି ଫିଲ୍ମ ସାଇନ୍‌ କରିନଥିବାର ଶୁଣିବାକୁ ମିଳୁଛି।

Previous ArticleNext Article

Leave a Reply

Send this to a friend