ଭୂମିଙ୍କ ବାଥ୍‌ରୁମ୍‌ରେ ପଶିଗଲେ ରଣବୀର; ତା’ପରେ କ’ଣ ହେଲା ଜାଣନ୍ତୁ

  ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ  ବେଳେ ବେଳେ ଏମିତି କିଛି କାମ କରି ଚର୍ଚ୍ଚାକୁ ଆସନ୍ତି, ଯାହାକୁ ଶୁଣି ଆପଣ ନ ହସି ରହି ପାରିବେନି। ଏଇ ନିକଟରେ ସେ ‘ଟଏଲେଟ୍‌’ ଫିଲ୍ମର ହିରୋଇନ୍ ଭୂମିଙ୍କ ବାଥ୍‌ରୁମ୍‌ ଭିତରେ ପଶି ଯାଇଥିଲେ। ଏହା ଦେଖି ଭୂମି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ରଣବୀର କହିଥିଲେ,“ଦେଶରେ ଟଏଲେଟ୍ କମ୍ ଅଛି। ସେଥିପାଇଁ ମୁଁ ତୁମ ଟଏଲେଟ୍ ବ୍ୟବହାର କଲି।’ ରଣବୀର ଭୂମିଙ୍କ ବାଥ୍‌ରୁମ୍‌ରୁ ବାହାରୁଥିବାର ଏକ […]

ranveer

ranveer

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 01:42 PM IST

Sports

Latest News

 

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ  ବେଳେ ବେଳେ ଏମିତି କିଛି କାମ କରି ଚର୍ଚ୍ଚାକୁ ଆସନ୍ତି, ଯାହାକୁ ଶୁଣି ଆପଣ ନ ହସି ରହି ପାରିବେନି।

ଏଇ ନିକଟରେ ସେ ‘ଟଏଲେଟ୍‌’ ଫିଲ୍ମର ହିରୋଇନ୍ ଭୂମିଙ୍କ ବାଥ୍‌ରୁମ୍‌ ଭିତରେ ପଶି ଯାଇଥିଲେ। ଏହା ଦେଖି ଭୂମି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ରଣବୀର କହିଥିଲେ,“ଦେଶରେ ଟଏଲେଟ୍ କମ୍ ଅଛି। ସେଥିପାଇଁ ମୁଁ ତୁମ ଟଏଲେଟ୍ ବ୍ୟବହାର କଲି।’

ରଣବୀର ଭୂମିଙ୍କ ବାଥ୍‌ରୁମ୍‌ରୁ ବାହାରୁଥିବାର ଏକ ଫଟୋ ମଧ୍ୟ ରହିଛି। ନିଜେ ରଣବୀର ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି।

ଏ ରିପୋର୍ଟଟି ପଢ଼ି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଥିବ! ମନରେ କିଛି ପ୍ରଶ୍ନ ବି ଉଠିଥିବ। ଆମେ ଆଉ ଆପଣଙ୍କୁ ସସ୍‌ପେନ୍ସରେ ରଖିବାକୁ ଚାହୁଁନୁ। ପ୍ରକୃତ କଥା ହେଲା ଭୂମିଙ୍କ ଅପ୍‌କମିଂ ଫିଲ୍ମ ‘ଟଏଲେଟ୍‌’ର ପ୍ରମୋସନ୍ ପାଇଁ ରଣବୀର ଏମିତି କରିଥିଲେ। ଏ ଫିଲ୍ମରେ ଅକ୍ଷୟ କୁମାର ଓ ଭୂମି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

‘ଟଏଲେଟ୍‌’ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos