ରିଲିଜ୍‌ର ପ୍ରଥମ ସପ୍ତାହରେ ୩୫ କୋଟି ଆୟ କଲା ‘ବାଗୀ’

shradda-

ମୁମ୍ବାଇ: ଏପ୍ରିଲ ୨୯ରେ ରିଲିଜ୍  ହୋଇଥିବା ସବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ବାଗୀ’ଭାରତରେ  ପ୍ରଥମ ସପ୍ତାହରେ ୩୫ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ଓ ଭଲ ଆୟ କରିଛି ବୋଲି ଜଣେ ଫିଲ୍ମ ସମୀକ୍ଷକ  ସୂଚନା ଦେଇଛନ୍ତି।

ଫିଲ୍ମଟି ରିଲିଜ୍  ଦିନ ୧୧.୯୫ କୋଟି ଆୟ କରିଥିବା ବେଳେ  ଶନିବାର ୧୧.୧୩ କୋଟି ଓ ରବିବାର୧୫.୫୧ କୋଟି ଟଙ୍କା ଆୟ କରିଥିଲା।

ପୂର୍ବରୁ ବାଗୀ’ର ଟ୍ରେଲର୍ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଫିଲ୍ମର ଗୀତଗୁଡିକ  ସିନେପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଏହି ଫିଲ୍ମରେ ବିକିନି ସିନ୍‌ରେ ଶ୍ରଦ୍ଧା ନଜର ଆସୁଥିବା ବେଳେ ହିରୋପନ୍ଥୀ ଫେମ୍ ଟାଇଗର୍ ମଧ୍ୟ ଆସୁଛନ୍ତି ଏକ ଅଲଗା ଲୁକ୍‌ରେ। ଅନମୋଲ୍ ଏବଂ ଅମାଲ୍‌ ମଲ୍ଲିକ୍  ମ୍ୟୁଜିକ୍‌ର ନିର୍ଦ୍ଦେଶନା ଦେଇଥିବା ବେଳେ ଅମରମାନ୍ ମଲ୍ଲିକ୍ ଏବଂ  ନିଜେ ଶ୍ରଦ୍ଧା ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି।

Previous ArticleNext Article

Send this to a friend