ରିଲିଜ୍‌ ହେଲା ‘ଦଙ୍ଗଲ’

dangal

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ସ୍ପୋର୍ଟସ୍‌ ବାୟୋପିକ୍‌ ‘ଦଙ୍ଗଲ’। ନ୍ୟାସନାଲ ଚାମ୍ପିଆନ୍‌ ମହାବୀର ସିଂହ ଫୋଗଟ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅମୀର ମହାବୀରଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଦୁଇ ଝିଅ ଗୀତା ଫୋଗଟ୍‌ ଓ ବବିତା କୁମାରୀଙ୍କ ଭୂମିକାରେ ନଜରକୁ ଆସୁଛନ୍ତି ଫାତିମା ସାନା ସୈଖ୍ ଏବଂ ସାନ୍ୟା ମାଲହୋତ୍ରା। ମହାବୀରଙ୍କ ପତ୍ନୀଙ୍କ ରୋଲ ପ୍ଲେ କରିଛନ୍ତି ସାକ୍ଷୀ ତନୱାର।

ଦଙ୍ଗଲର ନିର୍ଦ୍ଦେଶନା ନତେଶ ତିୱାରୀ ଦେଇଥିବା ବେଳେ ଗୀତ ଲେଖିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ ଏବଂ ମ୍ୟୁଜିକ କମ୍ପୋଜ କରିଛନ୍ତି ପ୍ରିତମ୍‌।

୨୦୧୪ରେ ଅମୀରଙ୍କ ଅଭିନିତ ଫିଲ୍ମ ‘ପିକେ’ ରିଲିଜର ୨ ବର୍ଷ ପରେ ‘ଦଙ୍ଗଲ’ ପରଦାକୁ ଆସିଛି।

Previous ArticleNext Article

Send this to a friend