ନିଜ ପ୍ରଥମ ସଟ୍‌ ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଲାଞ୍ଚ ନେଇଥିଲେ ରିଷି

ମୁମ୍ବାଇ: ସାଧାରଣତଃ ଅଭିନେତା ଅଭିନେତ୍ରୀଙ୍କୁ ସେମାନଙ୍କ ଫିଲ୍ମ ପାଇଁ ସାଇନିଂ ଆମାଉଣ୍ଟ ମିଳିଥାଏ। କିନ୍ତୁ ଅଭିନେତା ରିଷି କପୁରଙ୍କ କ୍ଷେତ୍ରରେ ଏମିତି ହୋଇନି। କାରଣ ସେ ତାଙ୍କ କ୍ୟାରିୟରରେ ନିଜ ପ୍ରଥମ ସଟ୍‌ ପାଇଁ ବଡ଼ ଆକାରର ଆମାଉଣ୍ଟ ନୁହେଁ ବରଂ ଲାଞ୍ଚ ନେଇଥିଲେ। ଏକଥା ରିଷି ନିଜେ ଏକ ସାକ୍ଷାତକାରରେ କହିଥିଲେ। ଘଟଣା ଥିଲା ୧୯୫୫ ମସିହାର। ରିଷି କପୁରଙ୍କ ବାପା ରାଜ କପୁରଙ୍କ ଫିଲ୍ମ ‘ଶ୍ରୀ ୪୨୦’ର ପ୍ରସିଦ୍ଧ ଗୀତ ‘ପ୍ୟାର୍‌ ହୁଆ ଏକ୍‌ରାର […]

dc-Cover-du7o3dq7idrjrsta7c7e974t86-20171121170939.Medi

dc-Cover-du7o3dq7idrjrsta7c7e974t86-20171121170939.Medi

Rakesh Mallick
  • Published: Sunday, 15 July 2018
  • Updated: 15 July 2018, 07:39 PM IST

Sports

Latest News

ମୁମ୍ବାଇ: ସାଧାରଣତଃ ଅଭିନେତା ଅଭିନେତ୍ରୀଙ୍କୁ ସେମାନଙ୍କ ଫିଲ୍ମ ପାଇଁ ସାଇନିଂ ଆମାଉଣ୍ଟ ମିଳିଥାଏ। କିନ୍ତୁ ଅଭିନେତା ରିଷି କପୁରଙ୍କ କ୍ଷେତ୍ରରେ ଏମିତି ହୋଇନି। କାରଣ ସେ ତାଙ୍କ କ୍ୟାରିୟରରେ ନିଜ ପ୍ରଥମ ସଟ୍‌ ପାଇଁ ବଡ଼ ଆକାରର ଆମାଉଣ୍ଟ ନୁହେଁ ବରଂ ଲାଞ୍ଚ ନେଇଥିଲେ। ଏକଥା ରିଷି ନିଜେ ଏକ ସାକ୍ଷାତକାରରେ କହିଥିଲେ। ଘଟଣା ଥିଲା ୧୯୫୫ ମସିହାର। ରିଷି କପୁରଙ୍କ ବାପା ରାଜ କପୁରଙ୍କ ଫିଲ୍ମ ‘ଶ୍ରୀ ୪୨୦’ର ପ୍ରସିଦ୍ଧ ଗୀତ ‘ପ୍ୟାର୍‌ ହୁଆ ଏକ୍‌ରାର ହୁଆ’ର ସୁଟିଂଚାଲିଥିଲା। ସେହି ଗୀତର ସିକ୍ୱେନ୍ସ ପାଇଁ ରିଷିଙ୍କୁ ଭାଇ ରଣଧିର କପୁର ଓ ଭଉଣୀ ରୁତୁଙ୍କ ସହ ବର୍ଷାରେ ଚାଲିବାର ଥିଲା।

ଆପଣ ସମସ୍ତେ ସେହି ଗୀତ ତ’ ଦେଖିଥିବେ। ରିଷି କହିଥିଲେ‘‘ ସେହି ଗୀତରେ ଖୁବ୍‌ ବର୍ଷା ହେଉଥିଲା। ଆମକୁ ରେନିକୋଟ୍‌ ପିନ୍ଧି ବର୍ଷାରେ ଚାଲିବାର ଥିଲା। ଏସବୁ ମୋପାଇଁ ବହୁତ କଠିନ ଥିଲା।  ଆଉ ସେହି ସଟ୍‌ ଦେଲା ବେଳେ ମୁଁ ସବୁବେଳେ କାନ୍ଦୁଥିଲି। ଫିଲ୍ମର ସେହି ଗୀତରେ ବାପାଙ୍କ  ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀ ନରଗିସ୍‌ ମୋ ପାଖକୁ ଆସିଥିଲେ।  ଆଉ ଗୋଟିଏ ଚକଲେଟ୍‌ ମୋତେ ଦେଖାଇ କହିଥିଲେ,  ଯଦି ମୁଁ ସିନ୍‌ରେ ନକାନ୍ଦି ଆଖି ଖୋଲା କରି ଭଲରେ ଚାଲିବି ତେବେ ସେ ମୋତେ ସେହି ଚକୋଲେଟ୍‌ ଦେବେ।’’

ତା’ପରେ ମୋତେ ଯେତେବେଳେ ଚାଲିବାକୁ କୁହାଗଲା  ମୋ ଆଖି ସେ ସମୟରେ ପୂରା ସ୍ପଷ୍ଟ ଭାବେ ଖୋଲାଥିଲା। ମୁଁ ଲଗାତାରଭାବେ ଚକଲେଟ୍‌ ଆଡ଼କୁ ଦେଖୁଥିଲେ।  ଆଉ ସେହି ଗୋଟିଏ ଚକ୍‌ଲେଟ୍‌ ପାଇଁ କାନ୍ଦିବା ପୂରା ଭୁଲି ଯାଇଥିଲି। ନିଜର ଗୋଟିଏ ସିନ୍‌ ପାଇଁ ସେ ନର୍ଗିସ୍‌ ତଥା ସଞ୍ଜୟ ଦତ୍ତଙ୍କ ମା’ଙ୍କ ଠାରୁ ଲାଞ୍ଚ ନେଇ ପୂରା କରିଥିଲେ।

୬୫ ବର୍ଷୀୟ ଅଭିନେତା ରିଷି କପୁରଙ୍କ ପ୍ରଥମ ଫିଲ୍ମ ‘ ମେରା ନାମ୍‌ ଜୋକର’ ୧୯୭୦ ରେ ରିଲିଜ୍ ହୋଇଥିଲା।  ସେହି ଫିଲ୍ମରେ ରିଷି ରାଜ କପୁର ପିଲାଦିନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ  ୧୯୭୩ ମସିହାରେ ସେ ମୁଖ୍ୟ ଅଭିନେତା ଭାବେ ‘ବବି’ ଫିଲ୍ମରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos