“ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର ରିଲିଜ୍

ମୁମ୍ବାଇ: ସଚୀନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର ଆଜି ରିଲିଜ୍ ହୋଇଛି। ଏଥିରେ ସଚୀନଙ୍କର ପଡ଼ିଆ ବାହାରର ବ୍ୟକ୍ତିତ୍ୱ ଓ ଭାବପ୍ରବଣତା ଦିଗକୁ ଦେଖାଯାଇଛି। ତା’ସହିତ ତାଙ୍କର ସଫଳତା ଓ ପଡ଼ିଆରେ ତାଙ୍କର ପ୍ରଶଂସକ ପାଗଳାମୀକୁ ମଧ୍ୟ ଦେଖାଯାଇଛି। ଏହି ଟିଜରରେ ସଚୀନଙ୍କ ସ୍ୱରକୁ ସାମିଲ କରାଯାଇଛି ଯେଉଁଥିରେ ସେ ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶକୁ ବର୍ଣ୍ଣନା କରୁଛନ୍ତି। ସଚୀନ ନିଜେ ତାଙ୍କ ଟ୍ୱିଟର […]

sachin-a-billion-dreams-the-teaser

sachin-a-billion-dreams-the-teaser

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 12:17 PM IST

Sports

Latest News

[embed]https://www.youtube.com/watch?v=TamUy_PZzBM[/embed]

ମୁମ୍ବାଇ: ସଚୀନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର ଆଜି ରିଲିଜ୍ ହୋଇଛି। ଏଥିରେ ସଚୀନଙ୍କର ପଡ଼ିଆ ବାହାରର ବ୍ୟକ୍ତିତ୍ୱ ଓ ଭାବପ୍ରବଣତା ଦିଗକୁ ଦେଖାଯାଇଛି। ତା’ସହିତ ତାଙ୍କର ସଫଳତା ଓ ପଡ଼ିଆରେ ତାଙ୍କର ପ୍ରଶଂସକ ପାଗଳାମୀକୁ ମଧ୍ୟ ଦେଖାଯାଇଛି।

ଏହି ଟିଜରରେ ସଚୀନଙ୍କ ସ୍ୱରକୁ ସାମିଲ କରାଯାଇଛି ଯେଉଁଥିରେ ସେ ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶକୁ ବର୍ଣ୍ଣନା କରୁଛନ୍ତି।

ସଚୀନ ନିଜେ ତାଙ୍କ ଟ୍ୱିଟର ଆକାଏଣ୍ଟରେ ଏହି ଟିଜରକୁ ସେୟାର କରିଛନ୍ତି ଏବଂ ପ୍ରଶଂସକଙ୍କ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

[embed]https://twitter.com/sachin_rt/status/720514601520115713?ref_src=twsrc%5Etfw[/embed]

ଏହା ପୂର୍ବରୁ  “ସଚୀନ: ଏ ବିଲିୟନ୍ ଡ୍ରିମ୍ସ”ର ଟିଜର୍ ପୋଷ୍ଟର ରିଲିଜ୍ ହୋଇଥିଲା। ନିଜେ ସଚୀନ ଏହି ପୋଷ୍ଟର ରିଲିଜ୍ କରିଥିଲେ।

ଏହି ଫିଲ୍ମରେ ସଚୀନ ଅଭିନୟ ମଧ୍ୟ କରିଛନ୍ତି। ଜେମ୍ସ ଏରସ୍କିନ୍ ହେଉଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ।

ମୁମ୍ବାଇର ୨୦୦ନଟ୍‌ଆଉଟ୍ ନାମକ ଏକ କଂପାନୀ ଏଇ ଫିଲ୍ମଟିକୁ ନିର୍ମାଣ କରୁଛି।

ସଚୀନ ୨୦୧୩ରେ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪,୩୫୭ ରନ୍ କରିଛନ୍ତି। ସେ ୨୦୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି।

ସଚୀନଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ “ଭାରତରତ୍ନ” ପ୍ରଦାନ କରାଯାଇଛି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos