ଲିଭ୍‌ ଇନ୍‌ରେ ରହୁଥିବା ଶ୍ରଦ୍ଧାଙ୍କୁ ବଳପୂର୍ବକ ଘରକୁ ଆଣିଲେ ଶକ୍ତି କପୁର

shraddha

ମୁମ୍ବାଇ: ଫରହାନ ଅଖତାରଙ୍କ ସହ ଲିଭ୍‌ ଇନ୍‌ ରିଲେସନ ସିପ୍‌ରେ ରହୁଥିବା ଶ୍ରଦ୍ଧା କପୁରଙ୍କୁ ବାପା ଶକ୍ତି କପୁର ବଳ ପୂର୍ବକ ଘରକୁ ନେଇ ଆସିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କ ଉପରେ ଭଲ ପାଇବାର ଭୂତ ଏମିତି ସବାର ଥିଲା ଯେ ସେ ଘର ଛାଡି ତାଙ୍କ ସହ ରହିବାକୁ ଚାଲି ଯାଇଥିଲେ। ହେଲେ ଏହି ଘଟଣା ବାପା ଶକ୍ତି କପୁରଙ୍କର ହଜମ ହୋଇ ନ ଥିଲା। ଫରହାନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଥିବା ବେଳେ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହି କାରଣରୁ ଶକ୍ତି, ଶ୍ରଦ୍ଧା ଓ ଫରହାନଙ୍କ ସମ୍ପର୍କକୁ ନାପସନ୍ଦ କରୁଛନ୍ତି। ସେ ଶ୍ରଦ୍ଧାଙ୍କୁ ଫିଲ୍ମ ଷ୍ଟାଇଲରେ ବଳପୂର୍ବକ ଘରକୁ ନେଇ ଆସିଥିଲେ।

ଏପରି ଖବରକୁ ଶକ୍ତି କପୁର ଖଣ୍ଡନ କରିଥିଲେ ମଧ୍ୟ ‘ନିଆଁ ନ ଥିଲେ ଧୂଆଁ ଉଠିବ ନାହିଁ’ ବୋଲି ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି।

Previous ArticleNext Article

Send this to a friend