ସଲମାନଙ୍କ ମୁହଁରେ ଏହି ଅଭିନେତ୍ରୀଙ୍କ ପ୍ରଶଂସା

ମୁମ୍ବାଇ:  ବଲଉଡ୍‌ ଦବଙ୍ଗ ଖାନ୍‌ ସଲମାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ କଥା ନ କହିବା ଭଲ। ଚାରିଆଡ଼େ ତାଙ୍କର ଫ୍ୟାନ୍‌ ଅଛନ୍ତି। ସାଧାରଣ ଜନତାଠୁ ଆରମ୍ଭ କରି ଅନେକ ବଲିଉଡ୍‌ ଷ୍ଟାର ତାଙ୍କର ଗୁଣଗାନ୍‌ କରିବାକୁ ପଛାନ୍ତି ନାହିଁ।  ଆଉ ସଲମାନ୍‌ଙ୍କ ମୁହଁରୁ ଟିକିଏ ପ୍ରଶଂସା ଶୁଣିବା ପାଇଁ ଅନେକ ବଲିଉଡ୍‌ କଳାକାର ଚାହିଁ ବସିଥାନ୍ତି। କାହିଁକିନା ସଲମାନ ଖୁବ୍‌ କମ୍‌ ଲୋକଙ୍କର ପ୍ରଶଂସା କରନ୍ତି। କିନ୍ତୁ ଏବେ ସେହି ସୁଯୋଗ ଆସିଛି ଜଣେ ଅଭିନେତ୍ରୀଙ୍କ କ୍ଷେତ୍ରରେ।  ତେବେ […]

Salman

Salman

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 05:56 PM IST

ମୁମ୍ବାଇ:  ବଲଉଡ୍‌ ଦବଙ୍ଗ ଖାନ୍‌ ସଲମାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ କଥା ନ କହିବା ଭଲ। ଚାରିଆଡ଼େ ତାଙ୍କର ଫ୍ୟାନ୍‌ ଅଛନ୍ତି। ସାଧାରଣ ଜନତାଠୁ ଆରମ୍ଭ କରି ଅନେକ ବଲିଉଡ୍‌ ଷ୍ଟାର ତାଙ୍କର ଗୁଣଗାନ୍‌ କରିବାକୁ ପଛାନ୍ତି ନାହିଁ।  ଆଉ ସଲମାନ୍‌ଙ୍କ ମୁହଁରୁ ଟିକିଏ ପ୍ରଶଂସା ଶୁଣିବା ପାଇଁ ଅନେକ ବଲିଉଡ୍‌ କଳାକାର ଚାହିଁ ବସିଥାନ୍ତି। କାହିଁକିନା ସଲମାନ ଖୁବ୍‌ କମ୍‌ ଲୋକଙ୍କର ପ୍ରଶଂସା କରନ୍ତି। କିନ୍ତୁ ଏବେ ସେହି ସୁଯୋଗ ଆସିଛି ଜଣେ ଅଭିନେତ୍ରୀଙ୍କ କ୍ଷେତ୍ରରେ।  ତେବେ ଚାଲନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ।

କଥା ହେଉଛି, ସଲମାନ୍‌ ‘‘ରେସ୍‌-୩’’ର ପ୍ରମୋସନ୍ କରିବାକୁ ତାଙ୍କ ଟିମ୍‌ ସହ ମାଧୁରୀ ଦିକ୍ଷିତ୍‌ଙ୍କ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ରେ ପହଞ୍ଚିଥିଲେ। ସେଠାକୁ ସଲମାନ୍‌ଙ୍କ ସହ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ବି ଯାଇଥିଲେ। ଜ୍ୟାକ୍‌ଲିନ୍‌ ସେଠାରେ ‘‘ରେସ୍‌-୩’’ର ‘ହିରିୟେ’ ଗୀତରେ ଜମେଇକି ନାଚିଥିଲେ। ଆଉ ସେହି ଶୋ’ର ଜଜ୍‌ ମାଧୁରୀଙ୍କ ସହ କଥାବାର୍ତ୍ତା ସମୟରେ ଜ୍ୟାକ୍‌ଲିନ୍‌ ମାଧୁରୀଙ୍କ ଗୀତ ‘ଏକ୍‌ ଦୋ ତିନ୍‌’ରେ ନାଚିଥିବାର ନିଜ ଭାବନାକୁ ସେଠାରେ ପ୍ରକାଶ କରିଥିଲେ।  ସେ ସମୟରେ ଜ୍ୟାକ୍‌ଲିନ୍‌ ନିଜ କଥା ପୂରଣ କରିବା ପୂର୍ବରୁ ସଲମାନ୍ ତାଙ୍କୁ ରୋକି କହିଥିଲେ ଯେ, ‘‘ତୁମେ ଏହି ପିଢିର ସର୍ବଶ୍ରେଷ୍ଠ ଅଭିନେତ୍ରୀ। ଏହି ପିଢିରେ ତୁମ ଭଳି ଭଲ ଓ ଦକ୍ଷ ଅଭିନେତ୍ରୀ ଆଉ କେହି ନାହାନ୍ତି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos