ସଲମାନ୍‌ ଯାହାଙ୍କୁ ରିଜେକ୍ଟ କରିଥିଲେ ସେ ଏବେ ‘ସୁପର ୩୦’ରେ

cinema

ନୂଆଦିଲ୍ଲୀ: ବଲିଉଡ୍‌ର ସୁପର ହିରୋ ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ ହେଉଛି ‘ସୁପର ୩୦’। ଏଥିରେ ସେ ଲିଡ୍ ରୋଲ୍‌ରେ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଜଣେ ଟିଭି ଅଭିନେତ୍ରୀ। ତାଙ୍କ ନାଁ ମୃଣାଳ ଠାକୁର। ଜିଟିଭିରେ ପ୍ରସାରିତ ହେଉଥିବା ସିରିଏଲ୍ ‘କୁମ୍‌କୁମ୍ ଭାଗ୍ୟ’ରେ ଆପଣମାନେ ତାଙ୍କୁ ଦେଖିଥିବେ। ହ୍ରିତିକ ରୋଶନଙ୍କ ସହ ବଲିଉଡ୍‌ରେ ଗ୍ରାଣ୍ଡ ଡେବ୍ୟୁ କରିବାକୁ ତାଙ୍କୁ ସୁଯୋଗ ମିଳିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ରୋଲ୍ ପାଇବା ପାଇଁ ମୃଣାଳ ଅଡିସନ୍ ଦେଇଥିଲେ। ସେ ଏହି ଫିଲ୍ମରେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ମୃଣାଳ ପ୍ରଥମେ ସଲମାନଙ୍କ ‘ସୁଲତାନ୍‌’ରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ। ତେବେ ତାଙ୍କୁ ଅଚାନକ ବାହାର କରି ଅନୁଷ୍କାଙ୍କୁ ଅଣା ଯାଇଥିଲା। କୁହାଯାଏ, ସଲମାନଙ୍କୁ କୁଆଡ଼େ ସେ ପସନ୍ଦ ଆସିନଥିଲେ। ତେଣୁ ତାଙ୍କୁ କାଢ଼ି ଦିଆଯାଇଥିଲା। ଅବଶ୍ୟ ଏହା କେତେ ସତ କେତେ ମିଛ ତାହା ଜଣାପଡ଼ିନି।

kum‘ସୁପର ୩୦’ ଦେଶର ଜଣାଶୁଣା ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ନିର୍ମାଣ ହେଉଛି। ତାଙ୍କ କୋଚିଂ ସେଣ୍ଟରରୁ ପ୍ରତିବର୍ଷ ଅଧିକ ପିଲା ଆଇଆଇଟି ଏଣ୍ଟ୍ରାନ୍ସରେ କୃତକାର୍ଯ୍ୟ ହୁଅନ୍ତି। ସେ ମାଗଣାରେ କୋଚିଂ ଦିଅନ୍ତି। ସେ ତାଙ୍କ କୋଚିଂ ସେଣ୍ଟରରେ ବିଶେଷ କରି ବାଛି ବାଛି ଗରିବ ମେଧାବୀ ପିଲାମାନଙ୍କୁ ନିଅନ୍ତି।

ଆନନ୍ଦ କୁମାରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଏହି ବାୟୋପିକ୍‌ ୨୦୧୮ ନଭେମ୍ବର ୨୩ ତାରିଖରେ ରିଲିଜ୍ ହେବ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି।

Previous ArticleNext Article

Send this to a friend