‘ସଞ୍ଜୁ’ଫିଲ୍ମ ପୋଷ୍ଟରରେ ରଣବୀରଙ୍କ ସହ ସୋନମ୍‌: ଜାଣିଛନ୍ତି ଏଥିରେ ସୋନମ୍‌ଙ୍କ ଚରିତ୍ର କ’ଣ?

ମୁମ୍ବାଇ: ସଞ୍ଜୟଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି।  ଏହି ପୋଷ୍ଟରରେ  ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିଥିବା ରଣବୀର କପୁରଙ୍କ ସହ ସୋନମ୍‌ କପୁରଙ୍କୁ ଦେଖିବାକୁ ମିଳିଛି।  ଏଥିରୁ ଜଣାପଡୁଛି ସୋନମ୍‌ ବି ଏହି ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ସୋନମ୍‌ ଏହି ଫିଲ୍ମରେ କେଉଁ ଚରିତ୍ରରେ ଅଭିନୟ କରୁଛନ୍ତି? କାରଣ ପୂର୍ବରୁ ଏହି ଫିଲ୍ମରେ କେବଳ ରଣବୀରଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା। ଅନ୍ୟମାନଙ୍କ ବିଷୟରେ ବେଶି କିଛି ଶୁଣିବାକୁ ମିଳି […]

sanju

sanju

Rakesh Mallick
  • Published: Friday, 25 May 2018
  • Updated: 25 May 2018, 04:01 PM IST

Sports

Latest News

ମୁମ୍ବାଇ: ସଞ୍ଜୟଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି।  ଏହି ପୋଷ୍ଟରରେ  ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିଥିବା ରଣବୀର କପୁରଙ୍କ ସହ ସୋନମ୍‌ କପୁରଙ୍କୁ ଦେଖିବାକୁ ମିଳିଛି।  ଏଥିରୁ ଜଣାପଡୁଛି ସୋନମ୍‌ ବି ଏହି ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ସୋନମ୍‌ ଏହି ଫିଲ୍ମରେ କେଉଁ ଚରିତ୍ରରେ ଅଭିନୟ କରୁଛନ୍ତି? କାରଣ ପୂର୍ବରୁ ଏହି ଫିଲ୍ମରେ କେବଳ ରଣବୀରଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା। ଅନ୍ୟମାନଙ୍କ ବିଷୟରେ ବେଶି କିଛି ଶୁଣିବାକୁ ମିଳି ନ ଥିଲା। ତେବେ ଚାଲନ୍ତୁ ଜାଣିବା ଏହି ଫିଲ୍ମରେ ସୋନମ୍‌ଙ୍କ ଚରିତ୍ର କ’ଣ?

କଥା ହେଉଛି, ସୋନମ୍‌ କପୁର ଏହି ଫିଲ୍ମରେ  ଟିନା ମୁନୀମ୍‌ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।  ଟିନା ମୁନିମ୍‌ ହେଉଛନ୍ତି  ସଞ୍ଜୟ ଦତ୍ତଙ୍କ  ପ୍ରଥମ ପ୍ରେମିକା। କୁହାଯାଏ, ସଞ୍ଜୟ ନିଜ ପ୍ରଥମ ଫିଲ୍ମ ‘ରକି’ର ସୁଟିଂ ସମୟରେ  ଟିନାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମର ଅଙ୍କୁର ରୋପଣ ହୋଇଥିଲା।

‘ସଞ୍ଜୁ’ର ପୋଷ୍ଟର ରିଲିଜ୍‌ ପରେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହାକୁ ସେୟାର ମଧ୍ୟ କରିଥିଲେ। ପୋଷ୍ଟରରେ ସୋନମ୍‌, ରଣବୀରଙ୍କ ପଛରେ ଛିଡ଼ା ହୋଇଥିଲେ।  ଟ୍ୱିଟର ପେଜ୍‌ରେ ହିରାନୀ ଲେଖିଥିଲେ ଯେ – ‘ସଞ୍ଜୁଙ୍କ କ୍ରେଜି ଓ ରୋମାଣ୍ଟିକ୍‌ ଲଭ୍‌ ଲାଇଫ୍‌ର ଏହା ଗୋଟିଏ ଝଲକ।’

ଏମିତି ପ୍ରଥମ ଥର ହୋଇଛି ଯେବେ ସଞ୍ଜୁଙ୍କ ପୋଷ୍ଟରରେ ଆଉ କେଉଁ କଳାକରଙ୍କୁ ଦେଖିବାକୁ ମିଳୁଛି। ଏବେ ପର୍ଯ୍ୟନ୍ତ ଫିଲ୍ମର  ଯେତିକି ବି ପୋଷ୍ଟର ରିଲିଜ୍‌ କରାଯାଇଛି, ସେଥିରେ କେବଳ ସଞ୍ଜୟଙ୍କ ଭିନ୍ନ ଲୁକ୍‌ ହିଁ ଦେଖିବାକୁ ମିଳିଛି।

ଫିଲ୍ମରେ ସଞ୍ଜୟଙ୍କ ଜୀବନର ଏମିତି ସବୁ ଘଟଣା ଦୁର୍ଘଟଣାକୁ ଦର୍ଶାଯାଇଛି ଯାହା ହୁଏତ କେହି ବି ଜାଣି ନ ଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story