“ନାନୁ କି ଯାନୁ”ରେ ଧୁମ୍‌ ମଚେଇବ ସପନାଙ୍କ ଠୁମ୍‌କା

ଭାରତର ସବୁଠାରୁ ବିବାଦୀୟ ରିଆଲିଟି ଶୋ ହେଉଛି ବିଗ୍‌ବସ୍‌ । କୁହନ୍ତି ଏଥିରେ ଆସୁଥିବା କଳାକାର ଭାଗ୍ୟ ବଦଳିଯାଏ। ବିଶେଷ କରି ଛୋଟ ସହରରୁ ଆସିଥିବା ଛୋଟବଡ଼ କଳାକାରମାନଙ୍କୁ ଏଠି ବଲିଉଡ୍‌ରେ ଏଣ୍ଟ୍ରି କରିବାର ସୁଯୋଗ ମିଳିଥାଏ।

ଏଭଳି କିଛି ଘଟିଛି ବିଗ୍‌ବସ୍‌ର ଚଳିତ ସିଜିନ୍‌ର ପ୍ରତିଯୋଗୀ ସପନା  ଚୌଧୁରୀଙ୍କ ସହ। ହରିଆଣାର ଲୋକପ୍ରିୟ ଡ୍ୟାନ୍‌ସରଙ୍କ ଠୁମ୍‌କାରେ ପୁରା ଦେଶ ଫିଦା ହୋଇ ଯାଇଛି। କହିବାକୁ ଗଲେ ବିଗ୍‌ବସ୍‌ରେ ଆସିବା ପରେ ତାଙ୍କ ଭାଗ୍ୟ ଉଦୟ ହୋଇଛି। ବହୁତ ଶୀଘ୍ର ସପ୍‌ନା ରୁପେଲି ପରଦାରେ ପାଦ ଥାପୁଛନ୍ତି। ନାଚ ପରେ ବଲିଉଡ୍‌ରେ ଅଭିନୟର ଯାଦୁ ଦେଖାଇବେ ସେ ।

ନିକଟରେ ତାଙ୍କର ପ୍ରଥମ ଫିଲ୍ମ ‘ନାନୁ କି ଯାନୁ’ର ସୁଟିଂ ଆରମ୍ଭ ହୋଇଛି। ଯାହାର ଫଟୋ ଶୋସିଆଲ ମିଡିଆରେ ଭାଇରାଲ ହେଉଛି। ଫିଲ୍ମଟିର କାହାଣୀ ଏକ ଲଭଷ୍ଟୋରୀ ଉପରେ ଆଧାରିତ। ଏଥିରେ ତାଙ୍କର ହିରୋ ହୋଇଛନ୍ତି ଅଭୟ ଦେୱଲ୍। ସିଟିଲାଇଟ୍ସ୍‌ରେ ନଜର ଆସିଥିବା ଅଭିନେତ୍ରୀ ଚିତ୍ରଲେଖା ମଧ୍ୟ ଫିଲ୍ମରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Previous ArticleNext Article

Send this to a friend