ରାଜକୀୟ ସମ୍ମାନର ସହ ଶଶି କପୁରଙ୍କ ଶେଷକୃତ୍ୟ ସମ୍ପନ୍ନ

sashi kapoor

ମୁମ୍ବାଇ: ବିଶିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ଶଶି କପୁରଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ସାନ୍ତାକ୍ରୁଜରେ ସଂପନ୍ନ ହୋଇଛି। ଶେଷକୃତ୍ୟ ସମ୍ପନ୍ନ ବେଳେ ତାଙ୍କୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଶଶିଙ୍କ ଶେଷ ଯାତ୍ରାରେ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।  ଅମିତାଭ ବଚ୍ଚନ ଓ ସଞ୍ଜୟ ଦତ୍ତ ସମେତ ସାରା ବଲିଉଡ ଶଶିଙ୍କ ବିଦାୟ ଯାତ୍ରାରେ ସାମିଲ ହୋଇଥିଲେ।

ଗତକାଲି ସଂଧ୍ୟାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷରେ ଶଶିଙ୍କ ଦେହାନ୍ତ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। କିମ୍ବଦନ୍ତୀ ଅଭିନେତା ପୃଥ୍ୱୀରାଜ କପୁରଙ୍କ ସାନପୁଅ ଶଶି କପୁର  ଦୀର୍ଘ ୪ ଦଶନ୍ଧି ଧରି  ଜୀବନ୍ତ ଅଭିନୟ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ଶଶିଙ୍କ ପରଲୋକରେ ତାଙ୍କୁ ମନେ ପକାଇ ବିଗ ବି ଅମିତାଭ ବଚ୍ଚନ ଏକ  ବ୍ଲଗ୍‌ ଲେଖିଛନ୍ତି। ଅମିତାଭ ବଚ୍ଚନ ଓ ଶଶି କପୁର ବହୁତ ଘନିଷ୍ଠ ବନ୍ଧୁ ଥିଲେ।

 

 

 

 

 

 

 

 

 

Previous ArticleNext Article

Send this to a friend