କାହାକୁ ଠକିଲେ ଶିଳ୍ପା ଓ ସ୍ୱାମୀ: ଖୋଜୁଛି ମୁମ୍ବାଇ ପୋଲିସ

shilpa_n_raj

ମୁମ୍ବାଇ: ସେ ଦର୍ଶକଙ୍କ ‘ଧଡକନ’ରେ ସବୁ ବେଳେ ରହିଥାନ୍ତି। ଜାଣି ପାରୁଥିବେ ଆମେ କାହା କଥା କହୁଛୁ। ଆଜ୍ଞା ହଁ ବଲିଉଡ ଚୁଲବୁଲି ଶିଳ୍ପା ସେଠୀ। ଆଉ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମଧ୍ୟ କିଛି କମ୍‌ ଲୋକପ୍ରିୟ ନୁହନ୍ତି। ହେଲେ ଏବେ ଏହି ଦମ୍ପତିଙ୍କୁ କୋର୍ଟର ଚକ୍କର କାଟିବାକୁ ପଡିବ। କାରଣ ସେମାନଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ।

ମହାରାଷ୍ଟ୍ର ପୋଲିସ ଶିଳ୍ପା ଏବଂ ରାଜଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଛି। ଆଜି ସନ୍ଧ୍ୟାରେ ପୋଲିସ୍‌ ଏହି ମାମଲା ରୁଜୁ କରିଛି। ଏ ନେଇ ଶିଳ୍ପା ଏବଂ ରାଜ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ପୂର୍ବରୁ ଆଇପିଏଲ୍‌ ସ୍ପଷ୍ଟ ଫିକ୍ସିଂ ମାମଲାରେ ରାଜ କୁନ୍ଦ୍ରା ଚର୍ଚ୍ଚାକୁ ଆସିଥିଲେ।

Previous ArticleNext Article

Send this to a friend