ଜାହ୍ନବୀଙ୍କୁ ଧରି କାହିଁକି କାନ୍ଦିଲେ ଖୁସି?  

Khushi-Janhvi-Kapoor

ମୁମ୍ୱାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଜାହ୍ନବୀ ବିପକ୍ଷରେ ନଜର ଆସିଛନ୍ତି ସାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର।

Khushi-Janhvi-Kapoor‘ଧଡକ’ର ଟ୍ରେଲର ଲଞ୍ଚିଂ ଇଭେଣ୍ଟରେ ବାପା ବୋନି କପୁର, ଅନୀଲ କପୁର, ହର୍ଷବର୍ଦ୍ଧନ କପୁର, ସଞ୍ଜୟ କପୁର ତାଙ୍କ ପରିବାର ଏବଂ ସାନ ଭଉଣୀ ଖୁସି ଉପସ୍ଥିତ ଥିଲେ।

Khushi-Janhvi-Kapoorଜାହ୍ନବୀଙ୍କ ଟ୍ରେଲର ରିଲିଜ୍‌ ହେବା ପରେ ଭଉଣୀ ଖୁସି ଭାବପ୍ରବଣ ହୋଇଯାଇଥିଲେ। ସେ ନିଜର କୋହ ସମ୍ଭାଳି ପାରି ନଥିଲେ। ଏହାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଜଣାପଡୁଛି ଯେ ନିଜ ମାଆଙ୍କୁ ମନ ପକାଇ ସେ କାନ୍ଦି ପକାଇଲେ।

Khushi-Janhvi-Kapoorଛୋଟ ଭଉଣୀଙ୍କୁ ଏହି ସ୍ଥିତିରେ ଦେଖି କୁଣ୍ଡାଇ ପକାଇଥିଲେ ଜାହ୍ନବୀ। ଖୁସିଙ୍କ ଆଖିରୁ ବହୁଥିବା ଖୁସିର ଲୁହର  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

Khushi-Janhvi-Kapoorଜାହ୍ନବୀଙ୍କ ଫିଲ୍ମ ‘ଧଡକ’ ୨୦ ଜୁଲାଇରେ ରିଲିଜ୍‌ ହେବାକୁ ଯାଉଛି। ‘ଧଡକ’ ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସିବ ଓ ବକ୍ସ ଅଫିସ୍‌ରେ କେତେ କମାଲ କରିପାରିବ ତାହା ରିଲିଜ୍‌ ହେବା ପରେ ଜଣାପଡିବ।

Previous ArticleNext Article

Leave a Reply

Send this to a friend