ବିବାହ ପରେ ପରପୁରୁଷକୁ ପ୍ରଶଂସା କରି ଚର୍ଚ୍ଚାରେ ସୋନମ୍‌

ମୁମ୍ବାଇ: ଚଳିତ ମେ’ ୮ ତାରିଖରେ ସୋନମ୍‌ କପୁର ନିଜ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କୁ ବିବାହ କରିଛନ୍ତି। ବିବାହ ପରେ ସୋନମ୍‌ଙ୍କ ସବୁ ଫୋକସ୍‌ ଆନନ୍ଦଙ୍କ ଉପରେ ରହିବା କଥା। କିନ୍ତୁ ସୋନମ ସେମିତି ନକରି ଅନ୍ୟ ଜଣେ ପୁରୁଷର ପ୍ରଶଂସାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି।  ଏସବୁକୁ ନେଇ  ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଆସୁଥିବ। କାରଣ ବଲିଉଡ୍‌ରେ ବାହାଘର ଭାଙ୍ଗିବା ଗଢିବା କିଛି ବଡ଼କଥା […]

sonam

sonam

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 11:29 AM IST

Sports

Latest News

ମୁମ୍ବାଇ: ଚଳିତ ମେ' ୮ ତାରିଖରେ ସୋନମ୍‌ କପୁର ନିଜ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କୁ ବିବାହ କରିଛନ୍ତି। ବିବାହ ପରେ ସୋନମ୍‌ଙ୍କ ସବୁ ଫୋକସ୍‌ ଆନନ୍ଦଙ୍କ ଉପରେ ରହିବା କଥା। କିନ୍ତୁ ସୋନମ ସେମିତି ନକରି ଅନ୍ୟ ଜଣେ ପୁରୁଷର ପ୍ରଶଂସାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି।  ଏସବୁକୁ ନେଇ  ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଆସୁଥିବ। କାରଣ ବଲିଉଡ୍‌ରେ ବାହାଘର ଭାଙ୍ଗିବା ଗଢିବା କିଛି ବଡ଼କଥା ନୁହେଁ।

କିନ୍ତୁ ସେମିତି କିଛି ନୁହେଁ ଆପଣ ଏତେ ଆଗକୁ କିଛି ଭାବନ୍ତୁ ନାହିଁ। କଥା ହେଉଛି ସାଉଥ୍‌ ଷ୍ଟାର ଦଲକୀର ସଲମାନ୍‌ ଖୁବ୍‌ ଶୀଘ୍ର ଫିଲ୍ମ ‘କାର୍‌ୱା’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଦଲକୀରଙ୍କ ଫିଲ୍ମ ଏବେ ରିଲିଜ୍‌ ବି ହୋଇନି। କିନ୍ତୁ ତାଙ୍କୁ ନେଇ ଫୁସୁରୁଫାସର ଆରମ୍ଭ ହୋଇଗଲାଣି।  ଖାସ୍‌ କରି ଅଭିନେତ୍ରୀମାନେ।

ଏସବୁଥିରେ ସବୁଠାରୁ ଆଗରେ ଅଛନ୍ତି ସୋନମ୍‌ କପୁର। ସେ ଦଲକୀର୍‌ଙ୍କ ପାଇଁ ପୂରା ଦିୱାନା।ସୋନମ୍‌ଙ୍କୁ ଦଲକୀର ଖୁବ୍‌ ସ୍ମାର୍ଟ ଓ କ୍ୟୁଟ୍‌ ଲାଗନ୍ତି। ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷତକାରରେ ସୋନମ୍‌ଙ୍କୁ ଦଲକୀରଙ୍କ ବିଷୟରେ ପଚରା ଯାଇଥିଲା। ସେ ସମୟରେ ସୋନମ୍‌ ଉତ୍ତର ଦେଇଥିଲେ ଯେ, ‘ଦଲକୀର ଖୁବ୍‌ ଭଲ୍‌ ଏବଂ ଖୁବ୍‌ କ୍ୟୁଟ୍‌’। ସୋନମ୍‌ଙ୍କ ମନ୍ତବ୍ୟ ଶୁଣି  ତାଙ୍କ ସ୍ୱାମୀ ଆନନ୍ଦଙ୍କ ପ୍ରତିକ୍ରିୟା କେମିତି ରହିବ ଦେଖିବାକୁ ବାକିରହିଲା। ଏସବୁ ଶୁଣିଲା ପରେ ଆପଣ ସୋନମ୍‌ଙ୍କୁ ଭୁଲ୍‌ ବୁଝିବେନି। କାହିଁକିନା ସୋନମ୍‌ କେବଳ ତାଙ୍କର ଜଣେ ଫ୍ୟାନ୍‌।

ଶୁଣିବାକୁ ମିଳିଛି ସୋନମ୍‌ ଓ ଦଲକୀର ପ୍ରଥମ ଥର ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମରେ ଏକାଠି ଅଭିନୟ କରିବେ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos