ଦୁଇ ଝିଅଙ୍କ ଉପରେ ଜାସୁସୀ କରୁଥିଲେ ଶ୍ରୀଦେବୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମାଆବାପା ସବୁ ବେଳେ ପିଲାମାନଙ୍କ ଉପରେ ନଜର ରଖିଥାନ୍ତି। ପିଲା କୁଆଡେ ଗଲା କାହା ସହ ମିଶିଲା ଓ କେଉଁଠି କ’ଣ ଖାଇଲା ତାକୁ ନେଇ ସବୁ ବେଳେ ଚିନ୍ତାରେ ରହିଥାନ୍ତି। ଏପରି କରିବା ପଛରେ ସେମାନଙ୍କର ମହତ ଉଦ୍ଦେଶ୍ୟ ରହିଥାଏ। ପ୍ରାୟତଃ ଧରଣା ରହିଛି ସାଧାରଣ ଲୋକେ ନିଜ ପିଲାଙ୍କ ଉପେ ଏପରି ନଜର ରଖିଥାନ୍ତି। ହେଲେ କେବେ ଭାବିଛନ୍ତି କୌଣସି ମେଗାଷ୍ଟାର ସେମାନଙ୍କ ପିଲାଙ୍କ ଜାସୁସୀ କରିବା ବିଷୟରେ। ଆଜ୍ଞା ହଁ ବି-ଟାଉନର ଏହି […]

sridevi

sridevi

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 04:06 PM IST

Sports

Latest News

ମାଆବାପା ସବୁ ବେଳେ ପିଲାମାନଙ୍କ ଉପରେ ନଜର ରଖିଥାନ୍ତି। ପିଲା କୁଆଡେ ଗଲା କାହା ସହ ମିଶିଲା ଓ କେଉଁଠି କ’ଣ ଖାଇଲା ତାକୁ ନେଇ ସବୁ ବେଳେ ଚିନ୍ତାରେ ରହିଥାନ୍ତି। ଏପରି କରିବା ପଛରେ ସେମାନଙ୍କର ମହତ ଉଦ୍ଦେଶ୍ୟ ରହିଥାଏ। ପ୍ରାୟତଃ ଧରଣା ରହିଛି ସାଧାରଣ ଲୋକେ ନିଜ ପିଲାଙ୍କ ଉପେ ଏପରି ନଜର ରଖିଥାନ୍ତି। ହେଲେ କେବେ ଭାବିଛନ୍ତି କୌଣସି ମେଗାଷ୍ଟାର ସେମାନଙ୍କ ପିଲାଙ୍କ ଜାସୁସୀ କରିବା ବିଷୟରେ। ଆଜ୍ଞା ହଁ ବି-ଟାଉନର ଏହି ମେଗାଷ୍ଟାର ଜଣଙ୍କ ନିଜ ଦୁଇ ଝିଅଙ୍କ ଉପରେ ସବୁ ବେଳେ ନଜର ରଖିଥାନ୍ତି। ଆପଣ ବୁଝି ସାରିଥିବେ ଆମେ କାହା କଥା କହୁଛୁ। ହଁ ଠିକ୍‌ ଭାବୁଛନ୍ତି, ଆମେ କହୁଛୁ ଶ୍ରୀଦେବୀଙ୍କ ସମ୍ପର୍କରେ।

ଦୁଇ ଝିଅ ଯୁଆଡେ ବି ଗଲେ ଶ୍ରୀଦେବୀଙ୍କ ନଜର ତାଙ୍କ ଉପରେ ଥାଏ। ରିଲ୍‌ ଲାଇଫ୍‌ରେ ବ୍ୟସ୍ତ ରହୁଥିଲେ ମଧ୍ୟ ପିଲାମାନଙ୍କ ସମ୍ପର୍କରେ ବୁଝିବାକୁ ସେ କେବେ ବି ହେଳା କରି ନଥାନ୍ତି। ଯେଉଁ ବିଷୟକୁ ନେଇ ଶ୍ରୀଦେବୀ ତାଙ୍କ ଦୁଇ ଝିଅଙ୍କ ଉପରେ ନଜର ରଖିଥାନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନ୍ୟ କୌଣସି କାରଣ ନାହିଁ କେବଳ ଖାଇବା ପିଇବା ଉପରେ ଶ୍ରୀଦେବୀ ଏହି ଜାସୁସୀ କରିଥାନ୍ତି।

ଶ୍ରୀଦେବୀଙ୍କ କହିବା କଥା ହେଲେ ତାଙ୍କ ଦୁଇ ଝିଅ ଖାଇବା ପିଇବା ଠିକ୍‌ରେ କରନ୍ତି ନାହିଁ। ସେମାନେ କେବେ ବି ପେଟ ପୁରା ଖାଇ ନଥାନ୍ତି। ତେଣ ସେମାନଙ୍କ ଉପରେ ମୁଁ ସବୁ ବେଳେ ନଜର ରଖିଥାଏ। ସେମାନେ ଯୁଆଡେ ଗଲେ ବି ଠିକ୍‌ ଟାଇମରେ ଖାଇଛନ୍ତି କି ନାହିଁ ଓ ଟାଇମ୍‌ରେ ଶୋଇଛନ୍ତି କି ନାହିଁ ସବୁବେଳେ ନଜର ରଖିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos