ଦିଲ୍ଲୀରେ ଲାଇଭ୍ ଶୋ କରିବେ ସୁନୀଲ ଗ୍ରୋଭର

sunil

ନୂଆଦିଲ୍ଲୀ: ‘ଦ କପିଲ ଶର୍ମା ଶୋ’ର ଡକ୍ଟର ମଶହୂର ଗୁଲାଟୀ ମାନେ ସୁନୀଲ ଗ୍ରୋଭର ଏପ୍ରିଲ୍ ୧ ତାରିଖରେ ନୂଆଦିଲ୍ଲୀରେ ଏକ ଲାଇଭ୍ ଶୋ’ କରିବେ। ସୁନୀଲ୍ ଫେସ୍‌ବୁକ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ଫେସ୍‌ବୁକ୍‌ରେ ଏନେଇ ଏକ ପୋଷ୍ଟ୍ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟରରେ ତାଙ୍କ ସହିତ କିକୁ ଶାରଦା ବି ଅଛନ୍ତି। ଏହି ଶୋ’ର ନାମ ରଖାଯାଇଛି ଡାକ୍ତର ମଶହୂର ଗୁଲାଟୀଜ୍ କମେଡି କ୍ଲିନିକ୍। ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ଏହି ଶୋ ହେବ।

ପାଠକଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ ଯେ କିଛି ଦିନ ତଳେ କପିଲ ଶର୍ମା ବିମାନରେ ସୁନୀଲ ଗ୍ରୋଭରଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ମାରପିଟ ମଧ୍ୟ କରିଥିଲେ। ଏହା ପରେ ସୁନୀଲ ‘ଦ କପିଲ ଶର୍ମା ଶୋ’ର ସୁଟିଂରେ ସାମିଲ ହୋଇ ନ ଥିଲେ।

Previous ArticleNext Article

Send this to a friend