ବଲିଉଡ୍‌ କଳାକାରଙ୍କ ଏସବୁ ଚ୍ୱିଟ୍‌ ଦେଖିବା ପରେ ଲୋକେ କହିଲେ ‘ଇଂଲିଶ ଗୁରୁଙ୍କୁ ଦେଖାକର’

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଭିନ୍ନ ଧରଣର ବ୍ୟକ୍ତିତ୍ୱ ମେଣ୍ଟେନ୍ କରନ୍ତି। ଯେହେତୁ ସେମାନେ କଳାକର ଏବଂ ତାଙ୍କର ଅନେକ ପ୍ରଶଂସକ ତେଣୁ ସେମାନେ ତାଙ୍କ ସୁନ୍ଦରତାଠୁ ଆରମ୍ଭ କରି ଚାଲିଚଳଣୀ ପର୍ଯ୍ୟନ୍ତ ସବୁଥିରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି। ତଥାପି କେବେକେବେ ସେମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଏଇ ଯେମିତି, କିଛି ବଲିଉଡ୍‌ କଳାକାରଙ୍କ ଟ୍ୱିଟର୍‌ ପୋଷ୍ଟ୍‌ ଭାଇରାଲ୍‌ ହେଉଛି। ଟ୍ୱିଟର୍‌ରେ ଇଂଲିଶ୍‌ରେ ଲେଖି ପୋଷ୍ଟ୍‌ କରିବା ପରେ କିଛି କଳାକାରଙ୍କୁ ଇଂଲିଶ୍‌ ଗୁରୁଙ୍କ ସହ ସମ୍ପର୍କ […]

22323110_1800028423359692_1599201665_n

22323110_1800028423359692_1599201665_n

Rakesh Mallick
  • Published: Monday, 16 July 2018
  • Updated: 16 July 2018, 12:34 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଭିନ୍ନ ଧରଣର ବ୍ୟକ୍ତିତ୍ୱ ମେଣ୍ଟେନ୍ କରନ୍ତି। ଯେହେତୁ ସେମାନେ କଳାକର ଏବଂ ତାଙ୍କର ଅନେକ ପ୍ରଶଂସକ ତେଣୁ ସେମାନେ ତାଙ୍କ ସୁନ୍ଦରତାଠୁ ଆରମ୍ଭ କରି ଚାଲିଚଳଣୀ ପର୍ଯ୍ୟନ୍ତ ସବୁଥିରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି। ତଥାପି କେବେକେବେ ସେମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଏଇ ଯେମିତି, କିଛି ବଲିଉଡ୍‌ କଳାକାରଙ୍କ ଟ୍ୱିଟର୍‌ ପୋଷ୍ଟ୍‌ ଭାଇରାଲ୍‌ ହେଉଛି। ଟ୍ୱିଟର୍‌ରେ ଇଂଲିଶ୍‌ରେ ଲେଖି ପୋଷ୍ଟ୍‌ କରିବା ପରେ କିଛି କଳାକାରଙ୍କୁ ଇଂଲିଶ୍‌ ଗୁରୁଙ୍କ ସହ ସମ୍ପର୍କ କରି ଗ୍ରାମ୍ମାର୍‌ ଶିଖିବା ପାଇଁ ଲୋକେ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଦେଖିବା ସେସବୁ ପୋଷ୍ଟ୍‌ କ’ଣ।
୧) ବରୁନ୍‌ ଧାୱନ

ଏହି ପୋଷ୍ଟ୍‌କୁ ଦେଖି କିଛି ଲୋକ ବରୁନ୍‌ଙ୍କୁ ସମାଲୋଚନା କରିଛନ୍ତି ଏହଂ କହିଛନ୍ତି ସ୍କୁଲ୍‌ରେ ଶିକ୍ଷକ ଆମକୁ ବିରାମ ଚିହ୍ନ ଦେବା କଥା ଶିଖାଇଛନ୍ତି। ବୋଧହୁଏ ବରୁନ୍‌ ସେଇଟା ଭୁଲିଗଲେଣି।
୨)ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କାଙ୍କର ଏହି ପୋଷ୍ଟ୍ ଦେଖି ଲୋକେ ତାଙ୍କ ଫୋନ୍‌ରେ ଏକ ଅଟୋ କରେକ୍ଟ ମୋଡ୍ ରଖିବାକୁ କହିଛନ୍ତି।
୩)ଦୀପିକା ପାଦୁକୋନ୍‌
ଏଠାରେ ଦୀପିକାଙ୍କୁ ଟ୍ରିଟ୍‌ ଦରକାର ଏବଂ ପ୍ରିୟଙ୍କା ଫେରିବା ମଧ୍ୟ ଦରକାର।
୪) ମିକା ସିଂ
ଏହି ପୋଷ୍ଟ୍‌ ଦେଖିବା ପରେ ଏକବଚନ ବହୁବଚନ ମଧ୍ୟରେ ମିକାଙ୍କୁ ପାର୍ଥକ୍ୟ ଜଣାନାହିଁ ବୋଲି ଲୋକେ କହିଛନ୍ତି।
୫) ହନି ସିଂଏହି ପୋଷ୍ଟ୍‌ ଦେଖିବା ପରେ ହନି ସିଂଙ୍କୁ ଫୁଲ୍‌ଷ୍ଟପ୍‌ର ବ୍ୟବହାର ଜଣାନାହିଁ ବୋଲି ଲୋକେ କହିଛନ୍ତି।
୬) ନର୍ଗିସ୍‌ ଫକରି
ଏହି ପୋଷ୍ଟ୍‌ ଦେଖିବା ପରେ ନର୍ଗିସ୍‌ଙ୍କୁ କିଛି ଲୋକ gay ଆଉ guy ମଧ୍ୟରେ ଫରକ ଅଛି ବୋଲି କହିଛନ୍ତି।
୭) ଜାକି ଭଗ୍‌ନାନି
ଏହି ପୋଷ୍ଟ ଦେଖିବା ପରେ ଲୋକେ masala ଏବଂ malala ମଧ୍ୟରେ ଫରକ ଅଛି ବୋଲି କହିଛନ୍ତି।
୮) ଫର୍‌ହାନ୍‌ ଅଖ୍‌ତର
ଏହି ପୋଷ୍ଟ୍‌ ଦେଖିବା ପରେ ଲୋକେ କହିଛନ୍ତି, ଫର୍‌ହାନ୍‌ ଏତେ ଦୁଃଖରେ କେମିତି ରହିପାରିଲେ।
୯) ସଲମାନ୍‌ ଖାନ୍‌
ଏହି ପୋଷ୍ଟ୍‌ ଦେଖିବା ପରେ କିଛି ଲୋକ ଗୋଟେ ଟ୍ୱିଟ୍‌ ଡିକୋଡର୍‌ ଆବଶ୍ୟକ ବୋଲି କହିଛନ୍ତି।
୧୦) ଶାହିଦ୍‌ କପୁର
ଏହି ପୋଷ୍ଟ୍‌ ଦେଖିବା ପରେ ଝିଅ ସହ ମିଶି ଶାହିଦ୍‌ ଗ୍ରାମ୍ମାର କ୍ଳାସ୍‌ରେ ଯୋଗ ଦିଅନ୍ତୁ ବୋଲି କିଛି ଲୋକ କହିଛନ୍ତି।
୧୧)ଅମିଶା ପଟେଲ୍‌
ଏଠାରେ ସେ ଫଟୋଗ୍ରାଫ୍କୁ ଆଇପଡ୍ ଲେଖିଛନ୍ତି।
୧୨) କରନ୍‌ ଜୋହର
ଏଠାରେ ସେ nowକୁno ଲେଖିଛନ୍ତି।
୧୩) ଅନୁଷ୍କା ଶର୍ମା
ସେ ଅବ୍‌ଦୁଲ୍‌ କାଲାମ୍‌ଙ୍କ ସହ ବେଶ୍‌ ପରିଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos