ଗ୍ୟାରେଜ୍‌ ମେକାନିକ୍‌ରୁ ଦିଗ୍‌ବିଜୟୀ ଗୀତିକାର ଗୁଲଜାର, ପଢ଼ନ୍ତୁ ତାଙ୍କ ଲାଇଫଷ୍ଟାଇଲ ସମ୍ପର୍କରେ କିଛି ସିକ୍ରେଟ୍‌

gulzar

ମୁମ୍ବାଇ: ମନୋରଞ୍ଜନ ଦୁନିଆରେ ସଂଗୀତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପିଢି ପିଢି ଧରି ଅନେକ ଗୀତିକାର ଆସୁଛନ୍ତି ଯାଉଛନ୍ତି। କିନ୍ତୁ ଏମିତି କିଛି ଗୀତିକାର ଅଛନ୍ତି, ଯେଉଁମାନଙ୍କ ଯାଦୁ କେବେ ଫିକାପଡ଼େନି। ସେମାନଙ୍କ ସୃଜନଶୀଳ ଚିର ସତେଜ। ଆଉ ଗୀତ ବି କାଳଜୟୀ।  ପ୍ରତିଟି ଶବ୍ଦରେ ଥାଏ  ମିଠା ମହକ। ପଦରେ ଥାଏ ମାଧୁର୍ଯ୍ୟ। ଭରି ରହିଥାଏ ଆତ୍ମୀୟତା।  ଯାହାକୁ ଭୁଲି ବି ଭୁଲି ହୁଏନା।

ଆଜି ସେମିତି ଜଣେ ଗୀତିକାରଙ୍କ ବିଷୟରେ କହୁଛୁ। ସେ ଆଉ କେହି ନୁହଁନ୍ତି ସଙ୍ଗୀତ ଏବଂ ସାହିତ୍ୟ ଜଗଜତର ବାଦ୍‌ଶାହା ପ୍ରସିଦ୍ଧ ଗୀତିକାର ଗୁଲଜାର। ଯାହାଙ୍କ କଲମ ମୁନରେ ବଲିଉଡ ସଙ୍ଗୀତ ହୋଇଛି ରୁଦ୍ଧିମନ୍ତ। ହିନ୍ଦୀ ସିନେମାର ଅଧିକାଂଶ ସୁପର ହିଟସ୍‌ ଗୀତର ନାୟକ ହେଉଛନ୍ତି ଏହି ଗୁଲ୍‌ଜାର।  ତେବେ ତାଙ୍କ ଜୀବନରେ ଏମିତି କଥା ଅଛି ଯାହା ହୁଏତ  ଆପଣ  ଜାଣି ନ ଥିବେ। ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନର କଛି ସିକ୍ରେଟ କଥା।

ଗୁଲଜାର ନିଜେ ନିଜ ଭିତରେ ଜଣେ ଇତିହାସ। ତାଙ୍କ ଜନ୍ମ ପାକିସ୍ତାନର ‘ଦୀନା’ ଅଞ୍ଚଳରେ ହୋଇଥିଲା। ଗୁଲଜାରଙ୍କ ପ୍ରକୃତ ନାଁ ସଂପୂର୍ଣ୍ଣ ସିଂହ କାଲରା। ପରେ ତାଙ୍କ ନାଁ ଗୁଲଜାର ହୋଇଥିଲା। ଭାରତ ପାକିସ୍ଥାନ ବିଭାଜନ ହେବା ସମୟରେ ଗୁଲଜାର ମାତ୍ର ବାର ବର୍ଷର ହୋଇଥିଲେ। ସେ ସମୟରେ ସେ ବିଭାଜନର ଦୁଃଖଭରା ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି। ଏତେ ଛୋଟ ଥିବାରୁ ସେ ବେଶୀ କିଛି ଜାଣି ପାରୁନଥିଲେ । ତଥାପି ତାଙ୍କର ଦୁଃଖ ତାଙ୍କ ଗୀତରେ ହିଁ ପ୍ରତଫଳିତ ହୋଇଥାଏ।

ବିଭାଜନ ପରେ ସେ ଦିଲ୍ଲୀ ଆସିଥିଲେ। ତାଙ୍କ ପରିବାର ଦିଲ୍ଲୀରେ ହିଁ ଥିଲେ। ସେଠାରେ ପାଠପଢା ଶେଷ କରି ସେ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଗ୍ୟାରେଜରେ କାମ କରୁଥିଲେ। କାରକୁ ରଙ୍ଗ କରିବା ତାଙ୍କର କାମ ଥିଲା । ପିଲା ବେଳୁ ଲେଖକ ହେବାକୁ ତାଙ୍କର ଖୁବ୍‌ ଇଚ୍ଛା ଥିଲା। କିନ୍ତୁ ବାପାଙ୍କର ସ୍ୱପ୍ନ ଥିଲା କିଛି ଅଲଗା। ବାପା ଓ ଭାଇ ଚାହୁଁ ନ ଥିଲେ ସେ ଲେଖକ ହୁଅନ୍ତୁ। ସେହି ପେସାକୁ ସେତେବେଳେ ଲୋକ ଦରିଦ୍ର୍ୟର ପେସା ଭଳି ଭାବୁଥିଲେ। କିନ୍ତୁ ଗୁଲଜାର ନିଜ ପେସାକୁ ମରିବାକୁ ଦେଇନଥିଲେ। ଲୁଚି ଲୁଚି ନିଜ ସ୍ୱପ୍ନ ପୂରା କରିବା ପାଇଁ କାମ କରୁଥିଲେ।

ଗୁଲଜାର କମ୍ୟୁନିଟି ଲୋକଙ୍କ ସହ ମିଳାମିଶା ଥିଲା।  ସେଠାକୁ ବିମଲ ରୟ ବି ଆସୁଥିଲେ। ସେ ଗୁଲଜାରଙ୍କ ଲକ୍ଷ୍ୟରେ ଖୁସି ହୋଇ ତାଙ୍କୁ ନିଜ ଫିଲ୍ମ ‘ବନ୍ଦିନୀ’ ପାଇଁ ଗୀତ ଲେଖିବାକୁ କହିଥିଲେ। ଗୀତ ଥିଲା ‘ମେରା ଗୋରା ଅଙ୍ଗ ଲୈଲେ’। ପୁଣି ତା’ପରେ ସେ ‘ଗୁଡ୍ଡୀ’ ଫିଲ୍ମ ପାଇଁ ଏକ ଗୀତ ଲେଖିଥିଲେ। ଗୀତ ଟି ହେଲା ‘ହମକୋ ମନକି ଶକ୍ତି ଦେନା’। ତାଙ୍କ ଗୀତର ପ୍ରତିଟି ଶବ୍ଦ ଖୁବ୍‌ ଜବରଦସ୍ତ ଥିଲା। ବହି ପଢିବା ଖୁବ୍‌ ସଉକ୍‌ ଥିଲା। ଦିନେ ଜଣେ ବହିଦୋକାନୀ ତାଙ୍କୁ ଏମିତି  ଏକ ବହି ଦେଲେ ସେବେଠୁ ତାଙ୍କ ଭିତରେ ଗୁଲଜାର ଜନ୍ମ ନେଲା ।  ସେ ବହିଟି ରବିନ୍ଦ୍ର ଟାଗୋରଙ୍କ ‘ଦ ଗାର୍ଡେନ୍’ ଥିଲା। ସେଥିରୁ ତାଙ୍କୁ ବହୁତ ପ୍ରେରଣା ମିଳିଥିଲା।

ମଝିରେ ଗୁଲଜାର ବଙ୍ଗାଳି ସାହିତ୍ୟ ପଢିବାକୁ ଚାହିଁଲେ। ସେ ବଙ୍ଗାଳି ଶିଖିଥିଲେ। ସେ ସମୟରେ ତାଙ୍କର ରାକ୍ଷୀଙ୍କ ସହ ପ୍ରେମ ହୋଇଯାଇଥିଲା। ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଝିଅ ହେବା ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଦୁହିଁଙ୍କ ସଂପର୍କ ଖୁବ୍‌ ନିବିଡ ଥିଲା ଦୁହେଁ ଅଲଗା ହୋଇଥିଲେ ସତ କିନ୍ତୁ ଛାଡପତ୍ର ଦେଇ ନ ଥିଲେ। ଅଲଗା ହେବା ପରେ ବି ଗୁଲଜାର ନିଜ ସାଙ୍ଗ ମାନଙ୍କ ସହ ଖଟି କରିବା ସମୟରେ ରାକ୍ଷୀ ମାଛ ତରକାରୀ କରି ପଠାନ୍ତି। ଆନ୍ଧୀ, କୋଶିସ,ନମ୍‌କିନ୍, ମୌସମ ଓ ଇଜ୍ଜତ ଭଳି ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।  କିନ୍ତୁ ‘ହୁ ତୁ ତୁ’  ଫିଲ୍ମ ଫ୍ଲଫ ହେବା କାରଣରୁ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ସେ ସମୟରେ ପତ୍ନୀ ରାକ୍ଷୀ ଓ ତାଙ୍କ ଝିଅ ତାଙ୍କ ସାଥ୍ ଦେଇଥିଲେ।

Previous ArticleNext Article

Send this to a friend