ସମ୍ନାକୁ ଆସିଲା ‘ବିରୁଷ୍କା’ଙ୍କର ବାହାଘର ପରର ପ୍ରଥମ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଦାୟ ବେଳାରେ ୨୦୧୭ ମସିହା ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କ ଜୀବନରେ ଭରିଦେଲା ଢ଼େର ଖୁସି। ଗତକାଲି ଏ ଦୁଇ ପ୍ରେମପକ୍ଷୀ ‘ବିରୁଷ୍କା’ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ବାହାଘର ପରଠୁ ସୋସିଆଲ ମିଡିଆରେ ଏମାନଙ୍କ ବାହାଘର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ସମୟ ପୂର୍ବରୁ ଅନୁଷ୍କା ଓ ବିରାଟଙ୍କର ବିବାହ ପରର ପ୍ରଥମ ଫଟୋ ସମ୍ନାକୁ ଆସିଛି। ଏଥିରେ ଅନୁଷ୍କାଙ୍କ ମଥାରେ ସିନ୍ଦୂର ଓ ହାତରେ […]

anushaka-1

anushaka-1

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 06:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଦାୟ ବେଳାରେ ୨୦୧୭ ମସିହା ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କ ଜୀବନରେ ଭରିଦେଲା ଢ଼େର ଖୁସି। ଗତକାଲି ଏ ଦୁଇ ପ୍ରେମପକ୍ଷୀ ‘ବିରୁଷ୍କା’ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ବାହାଘର ପରଠୁ ସୋସିଆଲ ମିଡିଆରେ ଏମାନଙ୍କ ବାହାଘର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି।

କିଛି ସମୟ ପୂର୍ବରୁ ଅନୁଷ୍କା ଓ ବିରାଟଙ୍କର ବିବାହ ପରର ପ୍ରଥମ ଫଟୋ ସମ୍ନାକୁ ଆସିଛି। ଏଥିରେ ଅନୁଷ୍କାଙ୍କ ମଥାରେ ସିନ୍ଦୂର ଓ ହାତରେ ଥିବା ଲାଲ୍ ଚୁଡ଼ି ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି। ଏହି ଫଟୋଟି ବିରୁଷ୍କା ତାଙ୍କ ବିବାହ ଉତ୍ସବ ପରେ ନେଇଥିବା ଜଣା ପଡ଼ିଛି। ଅନୁଷ୍କାଙ୍କ ଫ୍ୟାନ୍ କ୍ଲବ୍ ଟ୍ୱିଟର୍‌ ପେଜ୍‌ରେ କେହି ଜଣେ ଫ୍ୟାନ୍ ଏହାକୁ ପୋଷ୍ଟ କରିଛନ୍ତି।

ବିରାଟ ଓ ଅନୁଷ୍କା ଭାରତକୁ ଫେରି ଆସନ୍ତା ୨୧ ତାରିଖରେ ଦିଲ୍ଲୀର ତାଜ୍ ଡିପ୍ଲୋମ୍ୟାଟିକ୍ ଏନ୍‌କ୍ଲେଭରେ ପରିବାରବର୍ଗ ଓ ସମ୍ପର୍କୀୟଙ୍କୁ ଏକ ଭୋଜି ଦେବାର ଅଛି। ଏହାପରେ ସେମାନେ ୨୬ ତାରିଖରେ ମୁମ୍ବାଇରେ ମଧ୍ୟ ଏକ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ। ଏଥିରେ କେବଳ ବଲିଉଡ ଓ କ୍ରିକେଟ ତାରକାମାନେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos