ବିରୁଷ୍କାଙ୍କ କିସ୍ ସୋସିଆଲ ମିଡିଆରେ  ଭାଇରାଲ

ମୁମ୍ବାଇ: ଲମ୍ବା ସମୟ ଧରି ପରସ୍ପରକୁ ଡେଟ୍‌ କରୁଥିବା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କିଛିମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହେଲେ ସବୁବେଳେ କ୍ରିକେଟ୍ ଓ ଫିଲ୍ମ ଭିତରେ ବ୍ୟସ୍ତ ରହିଥାନ୍ତି। ବର୍ତ୍ତମାନ ଏମାନେ କାମରୁ ଆରାମ ନେଇ ନିଜ ପରିବାର ସହ କିଛି ବିଶେଷ ମୂହୁର୍ତ୍ତ ବିତାଉଛନ୍ତି। ଏମାନଙ୍କ ସୀମାହିନ ପ୍ରେମର ପ୍ରମାଣ ଦେଉଛି ଏକ ଫଟୋ। ଅନେକ ଦିନ ପରେ ବିରୁଷ୍କା ପରସ୍ପରକୁ ଭେଟିବାରୁ କିସ୍ କରି ଏକ ଫଟୋ […]

viruska final

viruska final

Rakesh Mallick
  • Published: Monday, 12 March 2018
  • Updated: 12 March 2018, 04:53 PM IST

Sports

Latest News

ମୁମ୍ବାଇ: ଲମ୍ବା ସମୟ ଧରି ପରସ୍ପରକୁ ଡେଟ୍‌ କରୁଥିବା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କିଛିମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହେଲେ ସବୁବେଳେ କ୍ରିକେଟ୍ ଓ ଫିଲ୍ମ ଭିତରେ ବ୍ୟସ୍ତ ରହିଥାନ୍ତି। ବର୍ତ୍ତମାନ ଏମାନେ କାମରୁ ଆରାମ ନେଇ ନିଜ ପରିବାର ସହ କିଛି ବିଶେଷ ମୂହୁର୍ତ୍ତ ବିତାଉଛନ୍ତି। ଏମାନଙ୍କ ସୀମାହିନ ପ୍ରେମର ପ୍ରମାଣ ଦେଉଛି ଏକ ଫଟୋ। ଅନେକ ଦିନ ପରେ ବିରୁଷ୍କା ପରସ୍ପରକୁ ଭେଟିବାରୁ କିସ୍ କରି ଏକ ଫଟୋ କ୍ଲିକ୍‌ କରିଥିଲେ। ଯାହାକୁ ଅନୁଷ୍କା ସୋସିଆଲ ମିଡିଆରେ    ପୋଷ୍ଟ କରିଛନ୍ତି। ଏହି ଫଟୋରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୨୦ ଲକ୍ଷ ଲାଇକ ମିଳିଥିଲା।

ବିରାଟ ମଧ୍ୟ ଆଜିକାଲି ସୋସିଆଲ ମିଡିଆରେ ବେସ୍ ଆକ୍ଟିଭ ରହୁଛନ୍ତି। ସେ ପ୍ରାୟ ସବୁବେଳେ ଫ୍ୟାନମାନଙ୍କ ସହ  କିଛି ନା କିଛି ସେୟାର କରନ୍ତି। ବିରାଟ ଏହି କିସ୍‌ ଫଟୋକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋକୁ ଏବେ ଯାଏଁ ୨୩ ଲକ୍ଷରୁ ଅଧିକ ଲାଇକ ମିଳି ସାରିଲାଣି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos