ରିସେପ୍‌ସନ୍‌ ପାର୍ଟିରେ ଏମିତି ନାଚିଲେ ବିରାଟ ଓ ଅନୁଷ୍କା

virrra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ ଓ ଅନୁଷ୍କାଙ୍କ ପ୍ରଥମ ରିସେପ୍‌ସନ୍‌ ପାର୍ଟି ଗତକାଲି ଦିଲ୍ଲୀର ତାଜ୍‌ ହୋଟେଲ୍‌ରେ ସରି ଯାଇଛି। ସବୁ ଷ୍ଟାରଙ୍କ ରିସେପ୍‌ସନ୍‌ ପାର୍ଟି ଭଳି ଏହି ପାର୍ଟି ମଧ୍ୟ ଖୁବ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ରିସେପ୍‌ସନ୍‌ ପାର୍ଟିରେ ଦୁଇ ଦୁଇଟି ମୁଖ୍ୟ ଆକର୍ଷଣ ଥିଲା। ପ୍ରଥମତଃ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟଟି ଅନୁଷ୍କା ଓ ବିରାଟଙ୍କ ପଞ୍ଜାବୀ ଭାଙ୍ଗଡା ନାଚ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁହିଁଙ୍କୁ ଆଶୀର୍ବାଦ ଦେବା ପାଇଁ ପାର୍ଟିରେ ପହଞ୍ଚିଥିଲେ। ପରେ ଅନୁଷ୍କା ଓ ବିରାଟ ସେମାନଙ୍କ ବନ୍ଧୁ ଓ ପରିବାର ସହ ପଞ୍ଜାବୀ ଭାଙ୍ଗଡା ନାଚିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି।  ଆଜ୍ଞା ହଁ, ଆପଣ ବି ଭିଡିଓଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଅନୁଷ୍କା ଦାନ୍ତରେ ନୋଟ୍‌ କାମୁଡି  ନାଚୁଛନ୍ତି। ବିରାଟଙ୍କ ବ୍ୟତୀତ କ୍ରିକେଟର ଶିଖର ଧାୱନ ମଧ୍ୟ ନାଚୁଥିବାର ଦେଖିବାକୁ ମିଳୁଛି।  ସେହି ପାର୍ଟିକୁ ଗାୟକ ଗୁର୍‌ଦାସ ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ତାଙ୍କ ଗୀତର ତାଳେ ତାଳେ ଅନୁଷ୍କା ଓ ବିରାଟଙ୍କ ଭାଙ୍ଗଡା ନାଚ ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ- ଫିଲ୍ମବିଟ୍‌

Previous ArticleNext Article

Send this to a friend