କଇଁ କଇଁ ହୋଇ କାନ୍ଦି ପକାଇଲେ ଟାଇଗର

tiger

ମୁମ୍ବାଇ: ‘ବାଗି-୨’ରେ ଟାଇଗର ଶ୍ରଫଙ୍କୁ ଆପଣ ଆକ୍ସନ ମୁଡ୍‌ରେ ଦେଖିବାକୁ ପାଇବେ। ଏଥିସହ ତାଙ୍କର ଜବରଦସ୍ତ ଫିଜିକ୍‌ ଓ ଦିଶାଙ୍କ ସହ ରୋମାନ୍ସ ମଧ୍ୟ ଦେଖିବେ। ଫିଲ୍ମରେ ଜବରଦସ୍ତ ଚରିତ୍ରକୁ ନେଇ ବେଶ୍ ଖୁସି ଅଛନ୍ତି ଟାଇଗର। କିନ୍ତୁ ଏବେ ‘ବାଗି-୨’ ପାଇଁ ତାଙ୍କୁ କାନ୍ଦିବାର ଦେଖିବାକୁ ମିଳିଛି। ଫିଲ୍ମ ପାଇଁ ନୁହେଁ, ଫିଲ୍ମରେ ତାଙ୍କ ଲୁକ୍‌ ପାଇଁ। କଥାଟି ହେଉଛି ଟାଇଗର ତାଙ୍କ କେଶକୁ ବେଶ୍ ଭଲ ପାଆନ୍ତି। ବାପା ଜ୍ୟାକିଙ୍କ ପରି ସେ ମଧ୍ୟ ଲମ୍ବା କେଶ ଭଲ ପାଆନ୍ତି। ପୂର୍ବରୁ ଆପଣ ଟାଇଗରଙ୍କୁ ଲମ୍ବା କେଶରେ ଦେଖିଥିବେ। କିନ୍ତୁ ବାଗି-୨ରେ ତାଙ୍କର ଛୋଟ କେଶ ଅଛି। ଖାସ୍ କରି ବାଗି-୨ରେ ତାଙ୍କ ଲୁକ୍‌ ପାଇଁ ସେ ହେୟାରକଟ୍‌ କରିଛନ୍ତି। ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କୁ କେଶ କାଟିବା ପାଇଁ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ସେଲୁନ୍‌ ନେଇଗଲେ। ଯେମିତି ଟାଇଗରଙ୍କ କେଶ କଟା ଆରମ୍ଭ ହେଲା  ସେ କାନ୍ଦିବା ଆରମ୍ଭ କରି ଦେଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ବହୁତ ବୁଝାଇଲେ ଓ ଛୋଟ କେଶରେ ସେ  ଭଲ ଲାଗୁଛନ୍ତି ବୋଲି ମଧ୍ୟ କହିଲେ, କିନ୍ତୁ ଟାଇଗର କିଛି ଶୁଣି ନଥିଲେ।  ଚୁଟି କାଟିବା ସମୟରେ ସେ ଆଇନାକୁ ମଧ୍ୟ ଦେଖିପାରୁ ନଥିଲେ। ସେ ତାଙ୍କ କେଶକୁ କେତେ ଭଲ ପାଆନ୍ତି ତାହା ଏ ଭିଡିଓରୁ ଜଣା ପଡୁଛି।

Previous ArticleNext Article

Send this to a friend