ସୁପରଷ୍ଟାର ସଲମାନ କାହିଁକି ପିନ୍ଧନ୍ତି ଶସ୍ତା ପୋଷାକ?

salman-khan

ମୁମ୍ବାଇ: ଏଥିରେ କୌଣସି ସନ୍ଦେହ ନାହିଁ ଯେ ସଲମାନ ଖାନ ବଲିଉଡ୍‌ର ଜଣେ ସୁପରଷ୍ଟାର। ନିଜସ୍ୱ ଷ୍ଟାଇଲ୍‌ ଓ  ଜବରଦସ୍ତ ଅନ୍ଦାଜ ପାଇଁ ତାଙ୍କର ଅଛନ୍ତି କୋଟି କୋଟି ଫ୍ୟାନ୍‌। ଆମେ ତାଙ୍କୁ ଅନେକ ଫିଲ୍ମରେ ବିନା ସାର୍ଟରେ ଦେଖିଛନ୍ତି। ବିନା ସାର୍ଟରେ ଲୋକେ ତାଙ୍କୁ ଅଧିକ ପସନ୍ଦ କରନ୍ତି! ତେବେ ଜାଣନ୍ତି ଏତେ ବଡ଼ ଷ୍ଟାର ହୋଇ ସୁଦ୍ଧା ସେ ଶସ୍ତା ପୋଷାକ ପିନ୍ଧିବାକୁ କାହିଁକି ପସନ୍ଦ କରନ୍ତି? ସେ ଅଧିକ ପୋଷାକ ବି କିଣାକିଣି କରିବାକୁ ପସନ୍ଦ କରନ୍ତି ନାହିଁ। ଶସ୍ତା ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ତାଙ୍କର ଅଧିକ ପସନ୍ଦ। ଏହା ବାଦ୍ ସେ ନିଜର ଲକି ବ୍ରେସ୍‌ଲେଟ୍‌ ପିନ୍ଧନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେ ଶସ୍ତା ପୋଷାକ ପିନ୍ଧନ୍ତି କାହିଁକି?

ସଲମାନ ଷ୍ଟାଇଲିସ୍‌ ଓ ଫ୍ୟାନ୍ସି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ନାହିଁ। ତାଙ୍କୁ ସାଧାସିଧା ଷ୍ଟାଇଲ୍ ଭଲ ଲାଗେ। ଜିନ୍ସ ପ୍ୟାଣ୍ଟରେ ସେ ନିଜକୁ ସହଜ ଓ ଭଲ ଅନୁଭବ କରନ୍ତି। ସେ ବ୍ଲାକ୍‌, ବ୍ଲ୍ୟୁ ରଙ୍ଗର ଜିନ୍ସ ଓ ଟିସାର୍ଟ ଭଳି କାଜୁଆଲ୍ ପୋଷାକ ଅଧିକ ପସନ୍ଦ କରନ୍ତି।

ସଲମାନ ତାଙ୍କ ଷ୍ଟାରଡମ୍‌କୁ ଏତେ ଗମ୍ଭୀରତାର ସହ ନିଅନ୍ତ ନାହିଁ। ସେଥିପାଇଁ ସେ ଅନ୍ୟ ଷ୍ଟାରମାନଙ୍କ ପରି ଦାମୀ ଓ ଷ୍ଟାଇଲିସ୍ ପୋଷାକ ପିନ୍ଧନ୍ତି ନାହିଁ। ସେ ବି କିଛି ପରିମାଣରେ ଦାମୀ ପୋଷାକ ରଖିଛନ୍ତି, କିନ୍ତୁ ସେଗୁଡ଼ିକର ସଂଖ୍ୟା ଶସ୍ତା ପୋଷାକ ତୁଳନାରେ ବହୁତ କମ୍। ତାଙ୍କ ପାଖରେ ୫୫୦ ଟଙ୍କିଆ ଟିସାର୍ଟ, ୧୫ ବର୍ଷର ପୁରୁଣା ଜିନ୍ସ ଓ ୨୦ ବର୍ଷ ପୁରୁଣା ଜୋତା ଭରି ରହିଛି। ସଲମାନ ବିନା ସଙ୍କୋଚରେ ସେଗୁଡ଼ିକୁ ପିନ୍ଧନ୍ତି।  ତାଙ୍କ ମତରେ ଅଧିକ ଦାମୀ କପଡ଼ା କିଣି ତାକୁ ଥରେ ପିନ୍ଧି ରଖିଦେବା କେବଳ ଅର୍ଥ ବରବାଦ କରିବା ଛଡ଼ା ଆଉ କିଛି ନୁହେଁ। ଜିନ୍ସ ଓ ଟିସାର୍ଟ  ଶସ୍ତାରେ ମିଳୁଛି। ଏଗୁଡ଼ିକୁ ବର୍ଷ ବର୍ଷ ଧରି ପିନ୍ଧା ଯାଇପାରିବ ଓ ତା’ସହ ଫୁଲ୍ ପଇସା ଉଠିଯିବ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend