ଏହି ଆଡ୍‌ରୁ କ୍ୟାରିୟର ଆରମ୍ଭ କରିଥିଲେ ଅନୁଷ୍କା: ଦେଖିଲେ ଚିହ୍ନି ପାରିବେନି!

anushka

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଓ ବିରାଟ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଦୁଇ ଜଣ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ବାହାଘରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଆଡ଼େ ଖାଲି ବିରୁଷ୍କାଙ୍କ ଚର୍ଚ୍ଚା। ଏ ଦୁଇ ଜଣ ସେମାନଙ୍କ ପ୍ରେମ ସମ୍ପର୍କ ଭଳି କ୍ୟାରିୟରରେ ମଧ୍ୟ ଭଲ ସଫଳତା ହାସଲ କରିଛନ୍ତି। ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଅନୁଷ୍କା ନିଜ କ୍ୟାରିୟର ଏକ ଛୋଟ ଆଡ୍‌ରୁ ଆରମ୍ଭ କରିଥିଲେ। ଆଉ ଏବେ ସେ ବଲିଉଡରେ ରାଜ୍ କରୁଛନ୍ତି। ବର୍ତ୍ତମାନ ସେ ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।

ଯଦି ଆପଣ ଭାବୁଛନ୍ତି ଯେ ଅନୁଷ୍କା ‘ରବ୍ ନେ ବନାଦି ଯୋଡ଼ି’ରୁ କ୍ୟାରିୟର ଆରମ୍ଭ କରିଛନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି। କାରଣ ଅନୁଷ୍କା କୌଣସି ଫିଲ୍ମ ନୁହେଁ, ଏକ ଆଡ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥଲେ। ସେ ୨୦୦୪ ମସିହାରେ ଏକ ଫେୟାରନେସ୍ କ୍ରିମର ଆଡ୍‌ରେ ନଜର ଆସିଥିଲେ। ଏହା ତାଙ୍କ କ୍ୟାରିୟର୍‌ର ପ୍ରଥମ ବ୍ରେକ୍ ଥିଲା। ଯଦି ବିଶ୍ୱାସ ହେଉନାହିଁ, ତା’ହେଲେ ନିମ୍ନରେ ଥିବା ଭିଡିଓଟିକୁ ଥରେ ଦେଖିନିଅନ୍ତୁ।

Previous ArticleNext Article

Send this to a friend