ଖାଦ୍ୟ ଦୂର କରିବ ରୋଗ, ସିଏସ୍‌ଆଇଆର୍‌ ଆରମ୍ଭ କରିବ ‘ଫୁଡ୍ ଇଜ୍ ମେଡିସିନ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପେଟ ଭରିବାକୁ ଆମେ ଖାଦ୍ୟ ଖାଉ। ଏହା ଶରୀରକୁ ଶକ୍ତି ଯୋଗାଏ। ତେବେ ଆଗକୁ ଏମିତି ଖାଦ୍ୟ ଆସିବ ଯାହାକୁ କେବଳ ପେଟ ଭରିବା ପାଇଁ ଓ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଖିଆ ଯିବ ନାହିଁ, ଏହା ରୋଗବେମାର ମଧ୍ୟ ଭଲ କରିବ। ଏଥିପାଇଁ ଆଗକୁ ଆସୁଛି କେନ୍ଦ୍ର ସରକାରଙ୍କର ନୂଆ ଯୋଜନା ‘ଫୁଡ୍ ଇଜ୍ ମେଡିସିନ୍’। ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ଥାଳିରେ ଏପରି ଖାଦ୍ୟ ପହଞ୍ଚାଇବା ଯାହା ପେଟ ଭରିବା ସହିତ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 03:10 PM IST

Sports

Latest News

ନୂଆଦିଲ୍ଲୀ: ପେଟ ଭରିବାକୁ ଆମେ ଖାଦ୍ୟ ଖାଉ। ଏହା ଶରୀରକୁ ଶକ୍ତି ଯୋଗାଏ। ତେବେ ଆଗକୁ ଏମିତି ଖାଦ୍ୟ ଆସିବ ଯାହାକୁ କେବଳ ପେଟ ଭରିବା ପାଇଁ ଓ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଖିଆ ଯିବ ନାହିଁ, ଏହା ରୋଗବେମାର ମଧ୍ୟ ଭଲ କରିବ। ଏଥିପାଇଁ ଆଗକୁ ଆସୁଛି କେନ୍ଦ୍ର ସରକାରଙ୍କର ନୂଆ ଯୋଜନା ‘ଫୁଡ୍ ଇଜ୍ ମେଡିସିନ୍’। ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ଥାଳିରେ ଏପରି ଖାଦ୍ୟ ପହଞ୍ଚାଇବା ଯାହା ପେଟ ଭରିବା ସହିତ ବେମାରରୁ ମଧ୍ୟ ରକ୍ଷା କରିବ। ବିଜିଆର-୩୪ ମଧୁମେହରୋଧୀ ଆୟୁର୍ବେଦିକ ଫର୍ମୁଲା ଓ ଭାରତୀୟ ମସଲା ଏହି ଯୋଜନାର ପ୍ରମୁଖ ଅଂଶବିଶେଷ ହେବ।

‘ଫୁଡ୍ ଇଜ୍ ମେଡିସିନ୍’ ମିଶନର ରୂପରେଖ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସ୍‌ଆଇଆର୍‌) ପ୍ରସ୍ତୁତ କରିଛନ୍ତି। ସିଏସ୍‌ଆଇଆର୍‌ ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦିକ ଫର୍ମୁଲା, ନିଜ ପ୍ରୟୋଗଶାଳାରେ ବିକଶିତ କରାଯାଇଥିବା ପୋଷକ ଖାଦ୍ୟ ଟେକ୍‌ନିକ୍‌ ଓ ପାରମ୍ପାରିକ ମସଲାକୁ ସାମିଲ କରିବାକୁ ଯାଉଛି। ତେବେ ବୈଜ୍ଞାନିକମାନେ ହିଁ ସ୍ଥିର କରିବେ ଯେ କେଉଁ ଆୟୁର୍ବେଦିକ ଫର୍ମୁଲା, କେଉଁ ମସଲା ଓ ତାଙ୍କ ଦ୍ୱାରା ବିକଶିତ କରାଯାଇଥିବା ଉତ୍ପାଦ କେମିତି ଭାବେ ରୋଗରୁ ବଞ୍ଚାଇବାରେ ସଫଳ ହେବେ। ଏହାକୁ କେତେ ମାତ୍ରାରେ ଖିଆଯିବ ତାହା ବି ବୈଜ୍ଞାନିକମାନେ ସ୍ଥିର କରିବେ।

ସିଏସ୍‌ଆଇଆର୍‌ ନିଜର ଅନେକ ଟେକ୍‌ନିକ୍ ଉପରେ କାମ କରୁଛି ଯେଉଁଥିରୁ କିଛି ବଜାରରେ ଉପଳବ୍ଧ ଅଛି ଓ ଆଉ କିଛି ଆଗକୁ ଲଞ୍ଚ୍ ହେବ। ଏଥି ମଧ୍ୟରୁ ଆୟୁର୍ବେଦିକ ଫର୍ମୁଲା ବିଜିଆର-୩୪ ମଧୁମେହ ରୋଧୀ ଗୁଣରେ ଭରପୂର ଅଛି। ଏହା ସେହିମାନଙ୍କ ପାଇଁ ଲାଭକାରୀ ହେବ ଯେଉଁମାନେ ଡାଏବେଟିସ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି। ଯେଉଁମାନଙ୍କୁ ମଧୁମେହ ହୋଇ ସାରିଛି ସେମାନଙ୍କ ପାଇଁ ଏହା ରାମବାଣ। ଏହା ରୋଗକୁ ଭଲ କରିବା ସହିତ ପୌଷ୍ଟିକ ତତ୍ତ୍ୱ ମଧ୍ୟ ପ୍ରଦାନ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ରହିଛି। ଏଭଳି ଭାବେ ସିଏସ୍‌ଆଇଆର ଦ୍ୱାରା ବିକଶିତ ଫଳ ରସ, ଆଣ୍ଟି ଅକ୍ସିଡେଣ୍ଟ ହର୍ବାଲ ଚା’ ରହିଛି ଯାହା ରୋଗବାଗ ହେବାକୁ ଦେବ ନାହିଁ।

ସିଏସ୍‌ଆଇଆର୍‌ର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ ପାରମ୍ପାରିକ ମସଲାଗୁଡିକରେ ଔଷଧୀୟ ଗୁଣ ରହିଛି। ହେଲେ ଏଗୁଡିକୁ ସଠିକ୍ ଭାବେ ବ୍ୟବହାର କରାନଗଲେ ଏଥିରୁ ଉଚିତ ଫାଇଦା ମିଳିପାରିବ ନାହିଁ।  ମସଲାଗୁଡିକର ଅଧ୍ୟନ କରାଯାଇ ତାର ଔଷଧୀୟ ଗୁଣଗୁଡିକୁ ଚିହ୍ନଟ କରାଯିବ ଏବଂ ତାର ମାତ୍ରା ମଧ୍ୟ ସ୍ଥିର କରାଯିବ। ଉଦାହରଣ ସ୍ୱରୂପ ରସୁଣରେ ଥିବା ଏଲିସିନ୍ ନାମକ ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଏଲିସିନ୍ ନାମକ ଏକ ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ସାମାନ୍ୟ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story