ଆଳୁ ହାଲୁଆ ଖୁବ୍‌ ଟେଷ୍ଟି, ଜାଣନ୍ତୁ ତିଆରି କରିବାର ତରିକା

Potato-Halwa

ସାଧାରଣତଃ ଲୋକେ ଆଳୁର ବ୍ୟବହାର କେବଳ ତରକାରୀରେ ବ୍ୟବହାର କରନ୍ତି। ହେଲେ ଆମେ ଆପଣଙ୍କୁ ଆଜି ଜଣାଇବୁ ଆଳୁରୁ  କିପରି ହାଲୁଆ ହୋଇପାରିବ ? ଖାସ କରି ଆପଣ ଏହାକୁ ବ୍ରତ ଓ ଉପବାସ ଥିବା ସମୟରେ ବନାଇପାରିବେ।  ଆସନ୍ତୁ ଜାଣିବା ଆଳୁ ହାଲୁଆ ବନାଇବାର ପ୍ରକ୍ରିୟା।

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର 4ଟି ଆଳୁ, ଆବଶ୍ୟକ ଅନୁଯାୟୀ ଚିନି, ଦୁଇ ଚାମଚ ଗାଈ ଘିଅ, ଦୁଇ ଚାମଚ ଫ୍ରେସ୍ କ୍ରିମ୍, ଅଦା, ଏକ ଚାମଚ ଡାଲଚିନି ପାଉଡର, କଟା ଆଲମଣ୍ଡ, କିସମିସ୍‌ ଓ କଟା କାଜୁ।

besan-ka-halwa-665x472ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କିଛି ଆଳୁ ସିଝାନ୍ତୁ। ଆଳୁ ସିଝିଲା ପରେ ଚୋପା ଛଡାଇ ତାକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ କଡ଼େଇରେ ଗାଈ ଘିଅ ପକାଇ ଗରମ କରନ୍ତୁ।  ସେଥିରେ ଚକଟା ହୋଇଥିବା ଆଳୁକୁ ପକାଇ ଘିଅ ନ ଛାଡିବା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ପରେ ଚିନି ଓ ଫ୍ରେସ୍ କ୍ରିମ ପକାଇ ଏହା ସମ୍ପୂର୍ଣ୍ଣ ମିଶିବା ଯାଏଁ ଗୋଳାନ୍ତୁ। ପରେ ଏଥିରେ କଟା କାଜୁ, ବାଦାମ, କିସ୍‌ମିସ୍‌ ଓ ଡାଲଚିନି ପାଉଡ ପକାଇ ଦୁଇ ମିନିଟ ଯାଏଁ କଷନ୍ତୁ ।  ଧ୍ୟାନ ରଖନ୍ତୁ, ଯେପରି ଆଳୁ କଡେଇରେ ଲାଗି ନ ଯାଏ। ଦୁଇ ମିନିଟ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ।

 

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend