ଖାଆନ୍ତୁ ଖୁଆନ୍ତୁ ସୁଆଦିଆ ‘ଜହ୍ନିଚୋପା ଚଟଣି’

ଡାଲମା ଆଉ ତରକାରୀ ପ୍ରସ୍ତୁତ ପାଇଁ ଜହ୍ନି କାଟିବା ବେଳେ ଆପଣ ତା ଚୋପାକୁ କାଟି ଫିଙ୍ଗି ଦେଉଥିବେ ନିଶ୍ଚୟ । ହେଲେ ଜାଣିଛନ୍ତି ଯାହାକୁ ଆପଣ ଫିଙ୍ଗି ଦେଉଛନ୍ତି ସେଥିରୁ ବି ଭାରି ସୁଆଦିଆ ଡିସ୍‌ ପ୍ରସ୍ତୁତ ହୋଇପାରେ । ସେମିତି ଗୋଟିଏ ବ୍ୟଞ୍ଜନ ହେଉଛି ‘ଜହ୍ନିଚୋପା ଚଟଣି’ । ନାଁ ସୁଣି ପାଟିରୁ ଲାଳ ଗଡ଼ିବଣି। ତାହେଲେ ଡେରି ନ କରି ଆସନ୍ତୁ ଜାଣିବା କେମିତି ତିଆରି ହୁଏ ଏହି ସୁଆଦିଆ ଚଟଣି । […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 02:18 PM IST

Sports

Latest News

ଡାଲମା ଆଉ ତରକାରୀ ପ୍ରସ୍ତୁତ ପାଇଁ ଜହ୍ନି କାଟିବା ବେଳେ ଆପଣ ତା ଚୋପାକୁ କାଟି ଫିଙ୍ଗି ଦେଉଥିବେ ନିଶ୍ଚୟ । ହେଲେ ଜାଣିଛନ୍ତି ଯାହାକୁ ଆପଣ ଫିଙ୍ଗି ଦେଉଛନ୍ତି ସେଥିରୁ ବି ଭାରି ସୁଆଦିଆ ଡିସ୍‌ ପ୍ରସ୍ତୁତ ହୋଇପାରେ । ସେମିତି ଗୋଟିଏ ବ୍ୟଞ୍ଜନ ହେଉଛି ‘ଜହ୍ନିଚୋପା ଚଟଣି’ । ନାଁ ସୁଣି ପାଟିରୁ ଲାଳ ଗଡ଼ିବଣି। ତାହେଲେ ଡେରି ନ କରି ଆସନ୍ତୁ ଜାଣିବା କେମିତି ତିଆରି ହୁଏ ଏହି ସୁଆଦିଆ ଚଟଣି ।

ଆବଶ୍ୟକ ସାମଗ୍ରୀ: ଜହ୍ନିଚୋପା-୫୦୦ ଗ୍ରାମ, ସୋରିଷ ତେଲ-ଆବଶ୍ୟକ ମୁତାବକ, ଜୀରା- ଅଧଚାମଚ, ରସୁଣ -ସାତ ଆଠ ଖଣ୍ଡ, କଞ୍ଚା ଲଙ୍କା ଚାରି ପାଞ୍ଚୋଟି, ତେନ୍ତୁଳି-ଆବଶ୍ୟକତା ଅନୁସାରେ, ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ: ଜହ୍ନିରୁ ଚୋପା ଛଡ଼ାଇ ତାହାକୁ ଭଲ ଭାବେ ଧୋଇ ପରିଷ୍କାର ପାତ୍ରରେ ରଖନ୍ତୁ। କଡ଼େଇରେ ତେଲ ଗରମ କରି ଜିରା ଫୁଟାନ୍ତୁ । ଜିରା ଭଲ ଭାବେ ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଖଣ୍ଡକରି ଏଥିରେ ପକାଇ ଦିଅନ୍ତୁ।  ଭଲ ଭାବେ ଭାଜି ହୋଇଗଲା ପରେ ଧୁଆହୋଇ ରହିଥିବା ଜହ୍ନି ଚୋପାକୁ ଏଥିରେ ପକାନ୍ତୁ । ପରେ ଅଳ୍ପ ଲୁଣ ଦେଇ ଏହାକୁ ଘୋଡ଼ାଇ ଦିଅନ୍ତୁ । ଦୁଇ ତିନି ମିନିଟ୍ ପରେ ଦରସିଝା ଅବସ୍ଥାରେ ଓହ୍ଲାଇ ତେନ୍ତୁଳି ସହ ଏହି ମିଶ୍ରଣକୁ ବାଟିଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ‘ଜହ୍ନିଚୋପା ଚଟଣି’ । ଏହାକୁ ଆପଣ ଭାତ କିମ୍ବା ପରଟାର ଖାଇଲେ ଅସଲ ସ୍ୱାଦ ଜାଣିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos