ଚିନାବାଦାମରେ ଅଛି ବହୁ ଔଷଧୀୟ ଗୁଣ: ନିୟମିତ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

Groundnuts

ଚିନାବାଦାମକୁ ଆମେ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ମନେ କରୁ। କାରଣ ଅଧିକାଂଶ ଲୋକ ସମୟ କାଟିବା ପାଇଁ ଚିନାବାଦାମ ଖାଆନ୍ତି। କିନ୍ତୁ ଜାଣିଛନ୍ତି, ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ। ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍‌ ରହିଛି। ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ।

୧: ଏକ ଲିଟର କ୍ଷୀର ପିଇଲେ ଯେଉଁ ଲାଭ ମିଳିବି ତାହା ୧୦ ଗ୍ରାମ ଚିନାବାଦାମ ଖାଇଲେ ମିଳିବ।

୨: ଚିନାବାଦାମ ଖାଇଲେ ହଜମ ଶକ୍ତି ବଢ଼େ।

୩: ଏହା ଖରାପ କୋଲେଷ୍ଟ୍ରୋଲକୁ ଭଲ କୋଲେଷ୍ଟ୍ରୋଲରେ ପରିଣତ କରି ଦିଏ।

୪: ଶରୀର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହିତ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

୫: ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ମୋଟା ଲୋକେ ପତଳା ହୋଇଯିବେ।

୬: ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି nuts1ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ।

୭: ଚିନାବାଦାମ ନିୟମିତ ଖାଇଲେ କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ।

୮: ଗର୍ଭବତୀ ମହିଳା ଓ ପେଟ୍‌ରେ ଥିବା ଶିଶୁ ପାଇଁ ଚିନାବାଦାମ ଭାରି ଭଲ। ଏଣୁ ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନେ ବାଦାମ ଖାଇପାରନ୍ତି।

Previous ArticleNext Article

Send this to a friend