୧୭ ଅଗଷ୍ଟ, ଗୁରୁବାର: କେମିତି କଟିବ ଆଜିର ଦିନ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ। ହନୁମାନଙ୍କ ଉପାସନା କରନ୍ତୁ। ବୃଷ: ଅଫିସରେ କାମର ଚାପ ବଢ଼ିପାରେ। ଧନଲାଭ ହେବ। ନୂଆ ବ୍ୟବସାୟ ପାଇଁ ରାସ୍ତା ଖୋଲିବ। ଲେଖାଲେଖିରେ ମନ ଦେବେ। ସନ୍ତାନସନ୍ତତିଙ୍କ ଉନ୍ନତି ହେବ। ମିଥୁନ: ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁବାନ୍ଧବଙ୍କ ସହିତ ସଂପର୍କ ମଧୁର ହେବ। ଅଳ୍ପ ଦିନ ମଧ୍ୟରେ ବଡ଼ ଧରଣର ଲାଭ ପାଇବାର […]

zodaic

zodaic

Rakesh Mallick
  • Published: Thursday, 17 August 2017
  • Updated: 13 September 2017, 11:40 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ। ହନୁମାନଙ୍କ ଉପାସନା କରନ୍ତୁ।

ବୃଷ: ଅଫିସରେ କାମର ଚାପ ବଢ଼ିପାରେ। ଧନଲାଭ ହେବ। ନୂଆ ବ୍ୟବସାୟ ପାଇଁ ରାସ୍ତା ଖୋଲିବ। ଲେଖାଲେଖିରେ ମନ ଦେବେ। ସନ୍ତାନସନ୍ତତିଙ୍କ ଉନ୍ନତି ହେବ।

ମିଥୁନ: ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁବାନ୍ଧବଙ୍କ ସହିତ ସଂପର୍କ ମଧୁର ହେବ। ଅଳ୍ପ ଦିନ ମଧ୍ୟରେ ବଡ଼ ଧରଣର ଲାଭ ପାଇବାର ସମ୍ଭାବନା ରହିଛି।

କର୍କଟ: ସାମାଜିକ ସଂପର୍କରୁ ବ୍ୟବସାୟିକ ଲାଭ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଉଚ୍ଚ ପଦାଧିକାରୀଙ୍କ ଆଶା ଅନୁଯାୟୀ କାର୍ଯ୍ୟ ସଂପନ୍ନ କରିବେ। ଅଫିସ୍‌ରେ ଆପଣଙ୍କ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିବ। କିଛି ମୂଲ୍ୟବାନ ବସ୍ତୁ କିଣାକିଣି କରିପାରନ୍ତି।

ସିଂହ: ଅଳସୁଆ ଲାଗିବ। କାମ କରିବାକୁ ଇଚ୍ଛା ହେବନି। ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିଲେ ଆଦୌ ଏହାକୁ ଟାଳନ୍ତୁ ନାହିଁ। ଘର ଲୋକଙ୍କୁ ସମୟ ଦିଅନ୍ତୁ।

କନ୍ୟା: ନିଜର କିଛି କାର୍ଯ୍ୟ ସଂପାଦନ କରିବାକୁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯାତ୍ରା ସଫଳ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ଦାୟିତ୍ୱ ମିଳିବ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ଦିନଟି ଟିକେ ଭଲ ନାହିଁ। ତେଣୁ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବିଛା: ଆଶା ପୂରଣ ହେବ। ରୋମାନ୍ସ ପାଇଁ ଦିନଟି ବେଶ୍ ଭଲ ଅଛି। ପାର୍ଟନରଙ୍କ ସହ ଭଲ ସମୟ ବିତାଇବା।

ଧନୁ: କ୍ୟାରିୟରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବନ୍ଧୁବାନ୍ଧବଙ୍କ ସହ ସଂପର୍କରେ ସୁଧାର ଆସିବ। ଉଭୟ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ।

ମକର: ନୂଆ ଚାକିରି ଅଫର୍ ମିଳିପାରେ। ସକାରାତ୍ମକ ରହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

କୁମ୍ଭ: ବୈବାହିକ ଜୀବନରେ ସୁଧାର ଆସିବ। କାହାରିକୁ ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ। ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି।

ମୀନ: ଅଫିସ୍‌ରେ କାମ ଉପରେ ଧ୍ୟାନ ଦିଅନ୍ତୁ, ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। ଆଜି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ, ନ ହେଲେ କ୍ଷତିରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos