୨୬ ଅଗଷ୍ଟ, ଶନିବାର: କେମିତି କଟିବ ଆଜିର ଦିନ

ମେଷ: ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିପାରନ୍ତି। ଏଥିରୁ ବାହାରିବା ପାଇଁ କୂଟନୀତିର ସାହାଯ୍ୟ ନିଅନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ବୃଷ: ଦୀର୍ଘ ଦିନ ଧରି ଘରେ ଚାଲିଥିବା ବିବାଦରୁ ମୁକ୍ତି ପାଇବେ। ଘରକୁ ବନ୍ଧୁ ଆସି ପାରନ୍ତି। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଉପହାର ଓ ସମ୍ମାନ ମିଳିବ। ଅଟକି ରହିଥିବା କାମ ହେବ। ମହାଦେବଙ୍କୁ ପୂଜା କରନ୍ତୁ। ମିଥୁନ: ନିଜ କାମ ଉପରେ ଖୁସି ଅନୁଭବ କରିବେ। […]

Rakesh Mallick
  • Published: Saturday, 26 August 2017
  • Updated: 13 September 2017, 11:39 AM IST

Sports

Latest News

ମେଷ: ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିପାରନ୍ତି। ଏଥିରୁ ବାହାରିବା ପାଇଁ କୂଟନୀତିର ସାହାଯ୍ୟ ନିଅନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ବୃଷ: ଦୀର୍ଘ ଦିନ ଧରି ଘରେ ଚାଲିଥିବା ବିବାଦରୁ ମୁକ୍ତି ପାଇବେ। ଘରକୁ ବନ୍ଧୁ ଆସି ପାରନ୍ତି। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଉପହାର ଓ ସମ୍ମାନ ମିଳିବ। ଅଟକି ରହିଥିବା କାମ ହେବ। ମହାଦେବଙ୍କୁ ପୂଜା କରନ୍ତୁ।
ମିଥୁନ: ନିଜ କାମ ଉପରେ ଖୁସି ଅନୁଭବ କରିବେ। ପରିଶ୍ରମର ଫଳ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂତନ କାମ ଆରମ୍ଭ କରି ପାରନ୍ତି। ଝଗଡ଼ାରୁ ଦୂରେଇ ରୁହନ୍ତୁ।
କର୍କଟ: ବୈବାହିକ ଜୀବନ ଉପରେ ଗୁରୁତ୍ୱ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବି ଜଟିଳ କାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ। ଶନିଦେବଙ୍କୁ ପୂଜା କରନ୍ତୁ।
ସିଂହ: ପଡ଼ୋଶୀଙ୍କ ଠାରୁ ଦୂରେଇ ରୁହନ୍ତୁ। ସେମାନେ ଆପଣଙ୍କୁ ଈର୍ଷା କରୁଛନ୍ତି। ନିଜ କାମ ଓ ଦାୟିତ୍ୱ ଉପରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କଠାରୁ ଲାଭାନ୍ୱିତ ହୋଇପାରନ୍ତି।
କନ୍ୟା: ଦିନଟି ସ୍ମରଣୀୟ ହେବ। ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିପାରନ୍ତି। ନିଜ କଥା ଉପରେ ଲଗାମ ଦିଅନ୍ତୁ। ପେଟ ରୋଗ ଦେଖାଯାଇପାରେ। ତେଣୁ ଖାଇବାପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ତୁଳା: ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଅନ୍ୟ କେହି ସାହାଯ୍ୟ କରିପାରନ୍ତି। ବିବାହ ସ୍ଥିର ହୋଇପାରେ। ପଦ-ପ୍ରତିଷ୍ଠା ମିଳିବ। ଘରକୁ ଅତିଥି ଆସିପାରନ୍ତି।
ବିଛା: ନୂତନ ବନ୍ଧୁ କରିପାରନ୍ତି। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଋଣ କରନ୍ତୁ ନାହିଁ। ଦୁର୍ଘଟଣା ଯୋଗ ରହିଛି। ତେଣୁ ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ।
ଧନୁ: ଉଚ୍ଚପଦସ୍ଥ ଅଧିକାରୀ ସାହାଯ୍ୟ କରିପାରନ୍ତି। ପ୍ରଶଂସା ପାଇବେ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମଳିବ। ନୂତନ କାମ ଆରମ୍ଭ କରି ପାରନ୍ତି। ମାନ-ସମ୍ମାନ ମିଳିବ।
ମକର: ପରିବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବିବାହକୁ ନେଇ ଲାଗି ରହିଥିବା ବିବାଦର ସମାଧନ ହୋଇପାରେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ନାମ ଓ ଯଶ ମିଳିବ।
କୁମ୍ଭ: ବ୍ୟବସାୟରେ ସୁଧାର ଆସିବ। ମାନସମ୍ମାନ ମିଳିବ। ଯାନବାହନ କିଣି ପାରନ୍ତି। ଦିନ ସାରା ଚ୍ୟାଲେଞ୍ଜ ପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି।
ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନିର ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦିନଟି ଭଲରେ କଟି ନ ପାରେ। ଆପଣଙ୍କ ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos